www.samajalive.in
Tuesday, December 9, 2025
17.1 C
Bhubaneswar

ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ସାରା ଦେଶ ଅର୍ପଣ କରୁଛି ଶ୍ରଦ୍ଧାଞ୍ଜଳି

ଡେସ୍କ: ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ। ୧୯୩୧ ମସିହା ଆଜିର ଦିନରେ ପୂର୍ବତନ ରାଷ୍ଟ୍ରପତି ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ।

ମିସାଇଲ ମ୍ୟାନ୍ ଅଫ୍ ଇଣ୍ଡିଆ ନାମରେ ପରିଚିତ ଡକ୍ଟର ଅବୁଲ ପାକିର ଜୈନୁଲାବଦିନ ଅବଦୁଲ କଲାମ ଏରୋନୋଟିକାଲ ଇଞ୍ଜିନିୟରିଂରେ ବିଶେଷଜ୍ଞ ଥିଲେ ଏବଂ ଭାରତର ପ୍ରଥମ ସ୍ୱଦେଶୀ ଉପଗ୍ରହ ଉତକ୍ଷେପଣ ଯାନ ବିକଶିତ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେ ଇସ୍ରୋର ଉତକ୍ଷେପଣ ଯାନ କାର୍ଯ୍ୟକ୍ରମ, ବିଶେଷ କରି ପିଏସଏଲଭି କନଫିଗରେସନର ବିକାଶ ମଧ୍ୟ କରିଥିଲେ।

- Advertisement -

ଇସ୍ରୋରେ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ଡ. କଲାମ ସ୍ୱଦେଶୀ କ୍ଷେପଣାସ୍ତ୍ର ବିକଶିତ କରିବାର ଦାୟିତ୍ୱ ନେଇଥିଲେ ଏବଂ ଅଗ୍ନି ଓ ପୃଥ୍ୱୀ କ୍ଷେପଣାସ୍ତ୍ରର ବିକାଶ ଏବଂ କାର୍ଯ୍ୟକ୍ଷମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରଣନୈତିକ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ପୋଖରାନ-୨ ପରମାଣୁ ପରୀକ୍ଷଣ ଦ୍ୱାରା ଭାରତକୁ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ରରେ ପରିଣତ କରିବାର ଶ୍ରେୟ ମଧ୍ୟ ଶ୍ରୀ କଲାମଙ୍କୁ ଦିଆଯାଏ।

୩୦ଟି ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପାଇଥିବା ଡଃ କଲାମ ଭାରତର ଅନ୍ୟତମ ପ୍ରତିଷ୍ଠିତ ବୈଜ୍ଞାନିକ ଥିଲେ। ତାଙ୍କୁ ପଦ୍ମଭୂଷଣ, ପଦ୍ମବିଭୂଷଣ ଏବଂ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ୨୦୦୨ ମସିହାରେ ସେ ଭାରତର ୧୧ତମ ରାଷ୍ଟ୍ରପତି ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories