www.samajalive.in
Tuesday, December 9, 2025
17.1 C
Bhubaneswar

ଦୀପାବଳି ପୂର୍ବରୁ ରିଲାଏନ୍ସ ଆଣିଲା ନୂଆ ଫୋନ୍, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୪(ଆଇଏମସି ୨୦୨୪)ରେ ରିଲାଏନ୍ସ ଜିଓ ୨ ନୂଆ ୪ଜି ଫିଚର ଫୋନର ବଜାର ପ୍ରବେଶ କରିଛି । ଏହି ଫିଚର ଫୋନ୍ ଭି୩ ଓ ଭି୪ ନାଁରେ ବଜାରକୁ ଆସିଛି ଏବଂ ଏହା ଜିଓ ଭାରତ ସିରିଜ ଅନୁସାରେ ଲଞ୍ଚ୍ ହୋଇଛି । ୧୦୯୯ ଟଙ୍କା ଦାମରେ ଏହାକୁ ଗ୍ରାହକଙ୍କ ପାଇଁ ନେଇଆସିଛି କମ୍ପାନୀ । ଗତ ବର୍ଷ କମ୍ପାନୀ ଭି୨ ଆଣିଥିଲା ।

ଏଥିରେ ୧୦୦୦ ଏମଏଏଚ ବ୍ୟାଟେରୀ ରହିଛି । ମେମୋରୀ କାର୍ଡ ଦ୍ବାରା ୧୨୮ ଜିବି ପର୍ଯ୍ୟନ୍ତ ଏହାର ଷ୍ଟୋରେଜ୍ ବୃଦ୍ଧି କରିହେବ । ଏହି ଫିଚର ଫୋନ୍ ୨୩ ଭାରତୀୟ ଭାଷାକୁ ସପୋର୍ଟ କରିବ । ଜିଓ ଭାରତ ଫୋନକୁ ପ୍ରାୟ ୧୨୩ ଟଙ୍କା ମାସିକ ରିଚାର୍ଜ କରିପାରିବେ ଗ୍ରାହକ । ଫୋନରେ ଅନଲିମିଟେଡ୍ ଭଏସ୍ କଲ୍ ଓ ୧୪ ଜିବି ପର୍ଯ୍ୟନ୍ତ ଡାଟା ସୁବିଧା ମିଳିବ ।

- Advertisement -

ଫୋନରେ ଅନେକ ପ୍ରି ଲୋଡେଡ୍ ଆପ୍ସ ମିଳିବ । ୪୫୫ରୁ ଅଧିକ ଲାଇଭ ଟିଭି ସହିତ ଫିଲ୍ମ, ଭିଡିଓ ଓ ଖେଳ ସାମଗ୍ରୀ ମଧ୍ୟ ଗ୍ରାହକଙ୍କୁ ଗୋଟିଏ କ୍ଲିକରେ ମିଳିବ । ଏହାର କ୍ବାଲିଟି ଉପରେ ଷ୍ଟାଇଲ ଉପରେ ମଧ୍ୟରେ ଫୋକସ୍ କରାଯାଇଛି । ଜିଓ-ପେକୁ ୟୁପିଆଇ ସହିତ ଯୋଡାଯାଇଛି ଯାହା ଗ୍ରାହକଙ୍କୁ ଡିଜିଟାଲ ପୈଠ କରିବାରେ ସହାୟକ ହେବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories