www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକେଲ, ଆଶାବାଡ଼ି ଓ ଚଷମା ପ୍ରଦାନ

ଦେବଗଡ଼: ଆଗାମୀ ୧୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଥିବାରୁ ସେପ୍ଟେମ୍ବର ୧୪ ତାରିଖଠାରୁ ୨୦ ତାରିଖ ପର୍ୟ୍ୟନ୍ତ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଏହି ସପ୍ତାହର ଦ୍ୱିତୀୟ ଦିବସରେ ଆଜି ବିଜେପି ପକ୍ଷରୁ ଦେବଗଡ ପୌରାଂଚଳର ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇସାଇକେଲ ଓ ଡିଜିଟାଲ ଷ୍ଟିକ ଆଦି ବିଭିନ୍ନ ପ୍ରକାର ଉପକରଣ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ନିଳବେର୍ଣ୍ଣୀ ସାହି(୯ନମ୍ବର ୱାର୍ଡ)ର ନାମଜାନ କେର୍କେଟାଙ୍କୁ ତିନି ଚକିଆ ସାଇକେଲ(ଟ୍ରାଇ ସାଇକେଲ),୧୧ ନମ୍ବର ୱାର୍ଡର ରୁଦ୍ର ଭୁକ୍ତା ଓ ଅଭିମନ୍ୟୂ ନାୟକଙ୍କୁ ଡିଜିଟାଲ ଷ୍ଟିକ ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ବିଜେପିର ଦେବଗଡ ନଗର ସଭାପତି ଦିବ୍ୟଶଙ୍କର ଖୁଂଟିଆ, ପୂର୍ବତନ ନଗର ସଭାପତି ରମଣୀକାନ୍ତ ଦାଶ, ବିଧାୟକଙ୍କ ତିଲେଇବଣି ବ୍ଲକ ନୋମିନୀ ଅକାଲୁ ଧଳ,ନଗର ଯୁବମୋର୍ଚ୍ଚା ସଭାପତି ସୁରଜ ଘଡେଇ, ଚନ୍ଦ୍ରଶୈଖର ମହାପାତ୍ର, ତାପସ ମହାପାତ୍ର, ସାଗର ସାହୁ, ସୁଧିର ପ୍ରଧାନ,ସୌମ୍ୟ ରଞ୍ଜନ ନାୟକ, ମାନଭଞ୍ଜନ ଫଦକାର, ସୁକୁମାର ମହାପାତ୍ର , ମକରଧ୍ୱଜ ହସ୍ତୀ, ପଙ୍କଜ ପାତ୍ର, ପଦ୍ମନାଭ ପାତ୍ର,ଜଗନ୍ନାଥ ରଣଜିତ, ସୁମନ୍ତ ଭୋଜ, ଶିକନ୍ଦର ବାଘ,ଜନ୍ମାଜେୟ ହସ୍ତୀ , ଦିନେଶ ବାଦୀ, ସିତୀକାନ୍ତ ମହାପାତ୍ର, ଆଶୀଷ ନାୟକ, ବବଲୁ ନାୟକ ଓ ଚନ୍ଦ୍ରକାନ୍ତ ସ୍ୱାଇଁଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଅନୁରୂପ ଭାବେ ସୁଧରର କୁମାର ବ୍ରହ୍ମାଙ୍କ ତତ୍ୱାବଧାନରେ ସ୍ଥାନୀୟ କୁଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କୁ ବିଜେପି ପକ୍ଷରୁ ଚଷମା ବିତରଣ କରାଯାଇଥିଲା। ମୂଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଜିଲା ବିଜେପି ସଭାପତି ମୀନକେତନ ପ୍ରଧାନ ଯୋଗଦେଇ କୁଷ୍ଠାଶ୍ରମର ଅନ୍ତେବାସୀ ମାନ୍ରୁ ଦଳ ପକ୍ଷରୁ ଚଷମା ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ବିଜେପି କର୍ମୀ ଦୟାଶଙ୍କର ଦ୍ୱିବେଦୀ, ଇଂ. ହମିଦ ପ୍ରଧାନ ଓ ଶିବା ମୂଖିଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories