www.samajalive.in
Saturday, December 6, 2025
26.1 C
Bhubaneswar

କରୋନାରେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ତଥା ଶ୍ରମିକ ନେତା ଶ୍ୟାମଳ ଚକ୍ରବର୍ତୀଙ୍କ ପରଲୋକ

କଲକତା: ସିପିଏମ୍ ତଥା ଶ୍ରମିକ ନେତା ଶ୍ୟାମଳ ଚକ୍ରବର୍ତୀ କରୋନାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ କୋବିଡ଼-୧୯​‌ରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିଲେ ଓ ଗୁରୁବାର ଅପରାହ୍ନରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।

ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଥିବା ଶ୍ୟାମଳ ଚକ୍ରବର୍ତୀ ଜଣେ ଟ୍ରେଡ଼ ୟୁନିୟନ ନେତା ଭାବରେ ଜଣାଶୁଣା । କରୋନା ସଂକ୍ରମିତ ହେବା ପରେ ଜଣାପଡ଼ିବା ପରେ ତାଙ୍କୁ କଲକତାର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଶ୍ୟାମଳଙ୍କ ଝିଅଙ୍କ ସହ ଆଲୋଚନା କରିଥିଲେ । ଗତକାଲି ପର୍ଯ୍ୟନ୍ତ ସେ ସୁସ୍ଥ ଥିଲେ ।

- Advertisement -

୧୯୮୨ରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ତିନିଥର ପଶ୍ଚିମବଙ୍ଗର ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ଦୁଇଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ପଶ୍ଚିମବଙ୍ଗରେ ପୂର୍ବରୁ ତୃଣମୂଳ ବିଧାୟକ ତମୋନାଶ ଘୋଷ କରୋନାରେ ମୃତ୍ୟୁବରଣ କରିଥିଲେ । ଦ୍ବିତୀୟ ନେତା ଭାବରେ ଶ୍ୟାମଳ ଚକ୍ରବର୍ତୀ କରୋନାର ଶିକାର ହୋଇଛନ୍ତି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories