www.samajalive.in
Friday, December 5, 2025
26.1 C
Bhubaneswar

ବୁଲି ଆସନ୍ତୁ ତୱାଙ୍ଗ,ମସୁରୀ

ଭ୍ରମଣକୁ ଯିବା ସମୟରେ ବେଳେବେଳେ ଅର୍ଥ ବାଧକ ସାଜିଥାଏ। ତେଣୁ ଆମେ ଆପଣଙ୍କୁ ଏପରି କେତେକ ସ୍ଥାନ ବିଷୟରେ ଜଣାଇବୁ, ଯେଉଁଠାକୁ ସ୍ବଳ୍ପ ଅର୍ଥରେ ଭ୍ରମଣ କରିବାକୁ ଯାଇ ଭରପୁର ମଜା ଉଠାଇ ପାରିବେ।
ତୱାଙ୍ଗ –
ଅରୁଣାଞ୍ଚଳ ପ୍ରଦେଶର ବିଭିନ୍ନ ପର୍ୟ୍ୟଟନସ୍ଥଳୀ ମଧ୍ୟରୁ ତୱାଙ୍ଗ ଗୋଟିଏ। ବର୍ଷଯାକ ଏଠାରେ ପର୍ୟ୍ୟଟଙ୍କ ଭିଡ଼ ଜମିଥାଏ। ଡ଼ିସେମ୍ବର ଠାରୁ ଫେବୃଆରୀ ପର୍ୟ୍ୟନ୍ତ ଏଠାରେ ଶସ୍ତାରେ ହୋଟେଲ ମିଳିଥାଏ।
ମସୁରୀ –
ପର୍ୟ୍ୟଟନସ୍ଥଳୀ ଦୃଷ୍ଟିରୁ ଏହା ଉତ୍ତରାଖଣ୍ଡର ସୁନ୍ଦରତମ ଓ ପ୍ରସିଦ୍ଧ ସ୍ଥାନ। ଡ଼ିସେମ୍ବର ଠାରୁ ଫେବୃଆରୀ ମାସ ପର୍ୟ୍ୟନ୍ତ ଏଠାରେ ପର୍ୟ୍ୟଟକଙ୍କ ବେଶ ଭିଡ଼ ଜମିଥାଏ। ସ୍ୱଳ୍ପ ଟଙ୍କାରେ ଏଠାରେ ଭ୍ରମଣର ଅଧିକ ମଜା ପାଇପାରିବେ।
ଜମ୍ମୁ-କଶ୍ମୀର –
ପୃଥିବୀର ସ୍ୱର୍ଗ ଭାବେ ପରିଚିତ ଜମ୍ମୁ-କଶ୍ମୀରରେ ଶୀତଦିନେ ବୁଲିବା ଦ୍ୱାରା ଅଳ୍ପ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟ ଦୃଶ୍ୟ ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ।
ଦାର୍ଜିଲିଙ୍ଗ –
ଶୀତ ଦିନେ ପାହାଡ଼ିଆ ସ୍ଥାନ ବା (ହିଲ୍‍ ଷ୍ଟେସନ) ବୁଲିବାର ମଜା ହିଁ ସ୍ୱତନ୍ତ୍ର। ଦାର୍ଜିଲିଙ୍ଗ ଭାରତର ଏକ ସୁନ୍ଦର ହିଲ୍‍ ଷ୍ଟେସନ ଭାବେ ପରିଚିତ। ଡ଼ିସେମ୍ବର ଠାରୁ ମାର୍ଚ୍ଚ ମାସ ଯାଏଁ ଏଠାକୁ ବୁଲିବା ପାଇଁ ଯିବାକୁ ବେଶ ଉକୃଷ୍ଟ। ଏହି ସମୟରେ ଏଠାରେ ରହିବା ପାଇଁ ସ୍ୱଳ୍ପ ଟଙ୍କାରରେ ହୋଟେଲ ମିଳିଥାଏ।
ଏହି ସମସ୍ତ ସ୍ଥାନରେ ଭ୍ରମଣ ସହ ସ୍ୱତନ୍ତ୍ର ଓ ସ୍ୱାଦିଷ୍ଟ ବ୍ୟଞ୍ଜନର ମଧ୍ୟ ମଜା ପାଇପାରିବେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories