www.samajalive.in
Wednesday, December 10, 2025
15.1 C
Bhubaneswar

ପଞ୍ଜାବରେ ଜଳିଗଲା ଟ୍ରେନ୍‌: ଯାତ୍ରୀ ସୁରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ଏକ ଯାତ୍ରୀବାହୀ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଟ୍ରେନଟି ସିରହିନ୍ଦ ଷ୍ଟେସନ ଅତିକ୍ରମ କରିବା ମାତ୍ରେ କୋଚ୍‌ ନମ୍ବର ୧୯ରୁ ଧୂଆଁ ବାହାରିବାକୁ ଲାଗିଥିଲା, ଯାହା ଫଳରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇବା ଆରମ୍ଭ କରିଥିଲେ ।

୧୯ନମ୍ବର କୋଚରେ ଅନେକ ବ୍ୟବସାୟୀ ଥିଲେ, ଯେଉଁମାନେ କି ଚେନ୍‌ ଟାଣି ଟ୍ରେନକୁ ଅଟକାଇ ଦେଇଥିଲେ । ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ କୁହାଯିବାରୁ ଜୀବନ ବିକଳରେ ଯାତ୍ରୀମାନେ ଓହ୍ଲାଇବାରେ ଲାଗିଥିଲେ । ଟ୍ରେନର ୨ରୁ ୪ଟି ବଗି ଜଳିଯାଇଥିବା ସୂଚନା ମିଳିଛି । ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କୁହାଯାଇଛି ।ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଛି । ଖବର ପାଇ ଷ୍ଟେସନ ଅଧିକାରୀ, କର୍ମଚାରୀ, ଜିଆରପି, ଆରପିଏଫ ଏବଂ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।

- Advertisement -

ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ କାରଣ ଯୋଗୁ ନିଆଁ ଲାଗିଥିବା କୁହାଯାଇଛି । ରେଳ ଇଞ୍ଜିନିୟରଙ୍କ ଏକ ଟିମ୍‌ ଖୋଳତାଡ କରୁଛନ୍ତି । ବିଶୃଙ୍ଖଳାରେ ଟ୍ରେନରୁ ଓହ୍ଲାଇବା ସମୟରେ ଅନେକ ଯାତ୍ରୀ ଆହତ ହୋଇଥିଲେ ଏବଂ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories