www.samajalive.in
Sunday, December 7, 2025
13.1 C
Bhubaneswar

ପଞ୍ଜାବରେ ଜଳିଗଲା ଟ୍ରେନ୍‌: ଯାତ୍ରୀ ସୁରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ଏକ ଯାତ୍ରୀବାହୀ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଟ୍ରେନଟି ସିରହିନ୍ଦ ଷ୍ଟେସନ ଅତିକ୍ରମ କରିବା ମାତ୍ରେ କୋଚ୍‌ ନମ୍ବର ୧୯ରୁ ଧୂଆଁ ବାହାରିବାକୁ ଲାଗିଥିଲା, ଯାହା ଫଳରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇବା ଆରମ୍ଭ କରିଥିଲେ ।

୧୯ନମ୍ବର କୋଚରେ ଅନେକ ବ୍ୟବସାୟୀ ଥିଲେ, ଯେଉଁମାନେ କି ଚେନ୍‌ ଟାଣି ଟ୍ରେନକୁ ଅଟକାଇ ଦେଇଥିଲେ । ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ କୁହାଯିବାରୁ ଜୀବନ ବିକଳରେ ଯାତ୍ରୀମାନେ ଓହ୍ଲାଇବାରେ ଲାଗିଥିଲେ । ଟ୍ରେନର ୨ରୁ ୪ଟି ବଗି ଜଳିଯାଇଥିବା ସୂଚନା ମିଳିଛି । ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କୁହାଯାଇଛି ।ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଛି । ଖବର ପାଇ ଷ୍ଟେସନ ଅଧିକାରୀ, କର୍ମଚାରୀ, ଜିଆରପି, ଆରପିଏଫ ଏବଂ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।

- Advertisement -

ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ କାରଣ ଯୋଗୁ ନିଆଁ ଲାଗିଥିବା କୁହାଯାଇଛି । ରେଳ ଇଞ୍ଜିନିୟରଙ୍କ ଏକ ଟିମ୍‌ ଖୋଳତାଡ କରୁଛନ୍ତି । ବିଶୃଙ୍ଖଳାରେ ଟ୍ରେନରୁ ଓହ୍ଲାଇବା ସମୟରେ ଅନେକ ଯାତ୍ରୀ ଆହତ ହୋଇଥିଲେ ଏବଂ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories