www.samajalive.in
Sunday, December 7, 2025
15.1 C
Bhubaneswar

ମାଲବାହୀ ଟ୍ରେନକୁ ଧକ୍କା ଦେଲା ଭୋପାଳ ଏକ୍ସପ୍ରେସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିଅର ଅନ୍ତର୍ଗତ ବିର୍ଲା ନଗର ଷ୍ଟେଶନ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୋପାଳ ଏକ୍ସପ୍ରେସ ନାମରେ ଜଣାଶୁଣା ଶାନ-ଏ-ଭୋପାଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବାରୁ ଅଳ୍ପ କେତେଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିର୍ଲାନଗର ଷ୍ଟେଶନ ନିକଟରେ ଏକ ମାଲବାହୀ ଟ୍ରେନର କେତେକ ବଗି ଲାଇନଚ୍ୟୁତ ହୋଇପଡ଼ିବା ପରେ ସେଗୁଡ଼ିକ ଟ୍ରାକ୍‌ ଉପରେ ରହିଥିଲା। ରାତି ପ୍ରାୟ ୩ଟା ୧୫ରେ ଭୋପାଳ ଏକ୍ସପ୍ରେସ୍‌ଟି ଟ୍ରାକରେ ଯିବା ବେଳେ ଲାଇନଚ୍ୟୁତ ବଗିଗୁଡ଼ିକ ସହ ଧକ୍କା ହୋଇଥିଲା। ଘଟଣାରେ କାହାର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିନାହିଁ। ଦୁର୍ଘଟଣା ପରେ ଦିଲ୍ଲୀରୁ ଦକ୍ଷିଣ ଭାରତକୁ ଯୋଡୁଥିବା ରେଳପଥକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ରେଲୱେ ଟ୍ରାକକୁ ମରାମତି କରାଯିବା ପାଇଁ ଜୋରସୋରରେ କାର୍ଯ୍ୟ ଚାଲିଥିବା ରେଲୱେର ଜଣେ ଅଧିକାରୀ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories