www.samajalive.in
Friday, December 5, 2025
23.1 C
Bhubaneswar

ଅମ୍ବାନୀ ବୋହୂଙ୍କ ସ୍ବାଗତ ପାଇଁ ହାତରେ ଥାଳି ଧରି ଧାଡ଼ିରେ ବଲିଉଡ଼ ଅଭିନେତ୍ରୀ, ଭିଡିଓ ଭାଇରାଲ

ଜାମନଗର: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କର ଗୁଜରାଟର ଜାମନଗରରେ ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ଚାଲିଥିବା ପ୍ରାକ୍‌-ବିବାହ ଉତ୍ସବ ରବିବାର ରାତିରେ ଶେଷ ହୋଇଛି। ଏହି ତିନି ଦିନିଆ ଭବ୍ୟ ଉତ୍ସବରେ ଦେଶ ବିଦେଶର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବିଲ୍‌ ଗେଟ୍ସ, ମାର୍କ ଜୁକରବର୍ଗ, ଇଭାନା ଟ୍ରମ୍ପ, ଶାହରୁଖ ଖାନ, ସଚିନ ତେନ୍ଦୁଲକର, ଏମଏସ ଧୋନୀ, ଅମିତାଭ ବଚ୍ଚନ, ରଜନୀକାନ୍ତ ଓ ଗୌତମ ଆଦାନୀଙ୍କ ଭଳି ପ୍ରଖ୍ୟାନ ନାମ ସାମିଲ ଅଛି।

ଉତ୍ସବର ଶେଷ ଦିନରେ ଅନନ୍ତ ଏବଂ ରାଧିକାଙ୍କ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ସୃଷ୍ଟି କରାଯାଇଥିଲା। ଏଥିରେ ରାଧିକା ମଞ୍ଚରେ ଠିଆ ହୋଇଥିବା ତାଙ୍କ ଭାବି ସ୍ୱାମୀ ଅନନ୍ତ ଅମ୍ବାନୀଙ୍କ ପାଖକୁ ଚାଲି ଚାଲି ଆସିଥିଲେ।  ଏହି ବିଶେଷ ମୁହୂର୍ତ୍ତକୁ ଆହୁରି ଖାସ୍‌ କରିବା ପାଇଁ ରାଧିକା ଏକ ସୁନ୍ଦର ନୃତ୍ୟ ମଧ୍ୟ କରିଥିଲେ। ତେବେ ଏଠାରେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା।

- Advertisement -


ରାଧିକା ଯେତେବେଳେ ଚାଲି ଚାଲି ଯାଉଥିଲେ, ସେତେବେଳେ ପାର୍ଶ୍ବରେ ଝିଅମାନେ ଆଳତି ଥାଳି ଧରି ଠିଆ ହୋଇଛନ୍ତି ଏବଂ ରାଧିକାଙ୍କୁ ସ୍ବାଗତ କରୁଛନ୍ତି। ଏହି ଝିଅମାନଙ୍କ ଧାଡ଼ିରେ ଗୋଟିଏ ଚେହେରା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ସେ ହେଉଛି ​​ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଚେହେରା। ଜାହ୍ନବୀ ମଧ୍ୟ ଏହି ଝିଅମାନଙ୍କ ସହ ଧାଡ଼ିରେ ସାମିଲ ହୋଇ ରାଧିକାଙ୍କୁ ସ୍ବାଗତ କରିବାକୁ ହାତରେ ଆଳତି ଥାଳି ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଦେଖି ଲୋକେ ଅନେକ ପ୍ରତିକ୍ରିୟା ଦେଉଛନ୍ତି ଏବଂ କହିଛନ୍ତି ଯେ ମୁକେଶ ଅମ୍ବାନୀ ବଲିଉଡ଼କୁ ଗୋଟିଏ ଧାଡ଼ିରେ ଠିଆ କରିଦେଲେ।

ଏହି ଭିଡିଓରେ ଆଉ ଏକ ଜିନିଷ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ଥିଲା ଅନନ୍ତ ଅମ୍ବାନୀଙ୍କ ପାଇଁ ରାଧିକା ମର୍ଚ୍ଚାଣ୍ଟଙ୍କ ନୃତ୍ୟ। ରାଧିକା ତାଙ୍କ ପ୍ରେମ ପାଇଁ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ଗୀତ “ଦେଖା ତେନୁ ପେହଲି-ପେହଲି ବାର୍ ବେ” ଗୀତରେ ନୃତ୍ୟ କରି ଏଣ୍ଟ୍ରି କରିଥିଲେ। ରାଧିକାଙ୍କ ଏହି ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories