www.samajalive.in
Friday, December 5, 2025
27.1 C
Bhubaneswar

ମହାଶିବରାତ୍ରୀ ; କେଉଁ କାର୍ଯ୍ୟ କଲେ ମିଳିବ ଶୁଭଫଳ, କ’ଣ କଲେ ହେବ କ୍ଷତି..

ମହାଶିବରାତ୍ରୀ ବ୍ରତର ଶାସ୍ତ୍ରରେ ଖୁବ ମହତ୍ତ୍ୱ ରହିଛି। ଏହି ବ୍ରତ ପ୍ରତ୍ୟେକ ବର୍ଷ ଫାଲଗୁଣ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ପାଳନ କରାଯାଏ। ଚଳିତ ବର୍ଷ ମହାଶିବରାତ୍ରୀ ପର୍ବ ମାର୍ଚ୍ଚ ୮ ୨୦୨୪ରେ ପାଳନ କରାଯିବ। ଏହି ବ୍ରତ ଭଗବାନ ଶଙ୍କରଙ୍କୁ ସମର୍ପିତ। ମାନ୍ୟତା ଅନୁଯାୟୀ, ମହାଶିବରାତ୍ରୀ ଦିନ ମା’ପାର୍ବତୀ ଓ ଭଗବାନ ଶିବଙ୍କ ବିବାହ ହୋଇଥିଲା। ଏହି ଦିନ ବ୍ରତ ଉପବାସ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ମହାଶିବରାତ୍ରୀରେ ବ୍ରତ ରଖିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ତେବେ ଜାଣନ୍ତୁ ମହାଶିବରାତ୍ରୀରେ କେଉଁ କାର୍ଯ୍ୟ କରିବା ଉଚିତ୍‌‌ ଓ ଅନୁଚିତ୍‌‌..
ମହାଶିବରାତ୍ରୀ ଦିନ ଶିବ ମନ୍ଦିର ଯାଇ ଶିବ ଲିଙ୍ଗରେ ଜଳ ଅର୍ପଣ କରନ୍ତୁ।
ଏହାପରେ ଭୋଳାଶଙ୍କରଙ୍କୁ ଭାଙ୍ଗ, ଦୁଦୁରା ଫୁଲ ଓ ବେଲପତ୍ର ଅର୍ପଣ କରନ୍ତୁ।
ଏହି ଦିନ ଆମିଷ ଓ ନିଶା ଦ୍ରବ୍ୟର ସେବନ କରନ୍ତୁ ନାହିଁ।
ମହାଶିବରାତ୍ରୀ ଦିନ ଶିବଲିଙ୍ଗରେ କ୍ଷୀର, ଦହି ଅର୍ପଣ କରନ୍ତୁ।
ଏହି ଦିନ ଶିବ ମନ୍ତ୍ର ଜପ କରନ୍ତୁ।
ମହାଶିବରାତ୍ରୀ ଦିନ ପ୍ରଭୁଙ୍କୁ ନଡିଆ ପାଣି ଅର୍ପଣ କରନ୍ତୁ ନାହିଁ।
ତୁଳସୀ ଅର୍ପଣ କରନ୍ତୁ ନାହିଁ।
ଶଙ୍ଖ ଦ୍ୱାରା ଭୁଲ୍‌‌ରେ ମଧ୍ୟ ଜଳ ଅର୍ପଣ କରନ୍ତୁ ନାହିଁ।
ମହାଶିବରାତ୍ରୀ ଦିନ ବ୍ରତ ରଖିବା ଦ୍ୱାରା ଧନ, ବୈଭବ ଓ ଯଶ ପ୍ରାପ୍ତି ହୋଇଥାଏ। ଯୁବତୀଙ୍କ ବିବାହରେ ବିଳମ୍ବ ହେଉଥିଲେ,ଏହି ବ୍ରତ ରଖିବା ଦ୍ୱାରା ଶୀଘ୍ର ବିବାହ ହୋଇଥାଏ। ବିବାହିତା ମହିଳାଙ୍କ ପାଇଁ ମହାଶିବରାତ୍ରୀ ବ୍ରତ ଖୁବ୍‌‌ ଲାଭକାରୀ। ମହାଶିବରାତ୍ରୀ ବ୍ରତ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହେବା ସହ ସୁଖ,ସମୃଦ୍ଧି ବୃଦ୍ଧି ହୋଇଥାଏ।

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories