ନୂଆଦିଲ୍ଲୀ: ବୁରାଡିରେ ଗୋଟିଏ ପରିବାରର ୧୧ଜଣ ସଦସ୍ୟଙ୍କ ମୃତ୍ୟୁ ପରେ କୁକୁରଟିର ମଧ୍ୟ ମୃତ୍ୟୁ ହୋଇଯାଇଛି। ପରିବାରର ଲୋକଙ୍କ ସମୂହ ଆତ୍ମହତ୍ୟା ପରେ କୁକୁରଟିକୁ ନୋଏଡାର ଏଚଏସଏ ରେ ରଖାଯାଇଥିବା ବେଳେ ରବିବାରରେ ତାର ମୃତ୍ୟୁ ହୋଇଯାଇଛି।
ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ସମୟରେ ଟମି ଛାତ ଉପରେ ବନ୍ଧା ହୋଇ ରହିଥିଲା। ପରିବାର ଲୋକଙ୍କ ମୃତ୍ୟୁ ପରେ ପାଳିତ କୁକୁର ଟମି ଏକା ହୋଇଯାଇଥିଲା। ପୁଲିସକୁ ଯେତେବେଳେ ଟମି ମିଳିଥିଲା ସେତେବେଳେ ତାକୁ ଜ୍ୱର ହୋଇଥିଲା। ଅତ୍ୟଧିକ ଜ୍ୱର ହୋଇଥିବା ସମୟରେ ଟମିକୁ ନୋଏଡାର ଏଚଏସଏରେ ରଖାଯାଇଥିଲା।
ମୃତ୍ୟୁର କିଛି ଦିନ ପୂର୍ବରୁ ତାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିଲା। ସେ ଖେଳାବୁଲା କରୁଥିଲା ବୋଲି ଦେଖାଯାଇଥିଲା। କିନ୍ତୁ ରବିବାର ସନ୍ଧ୍ୟାରେ ହଠାତ ଟମି ପଡିଯାଇଥିଲା ଓ ପରେ ତାର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦରୁ ଟମିର ହୃଦଘାତରେ ମୃତ୍ୟୁ ହୋଇଥିଲା ବୋଲି ଜଣା ପଡିଛି।
ବୁରାଡି ଗଣଆତ୍ମହତ୍ୟା: ୨୨ଦିନ ପରେ ଟମିର ମୃତ୍ୟୁ
Popular Categories



