www.samajalive.in
Sunday, December 7, 2025
16.1 C
Bhubaneswar

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ବୁଧବାର ରାଶିଫଳ

ମେଷ:ଗୁରୁ-ଗୁରୁଜନଙ୍କ ପାଖରେ ବିନୟାବନତ ହେବେ। ମନ ପ୍ରସନ୍ନ ରହିବ। ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଜଠରାଗ୍ନିରେ ପୀଡ଼ିତ ବ୍ୟକ୍ତିମାନଙ୍କର ଅନ୍ନ ଓ ଜଳଦାନ କରି ଆତ୍ମତୃପ୍ତି ଲାଭ କରିବେ।
ବୃଷ:ଅତିଥି ସତ୍କାର କରିବେ। କୁଳ ପ୍ରଧାନ ହୋଇପାରନ୍ତି। ନୀତିନିଷ୍ଠ ହେବେ। ସୁଦୃଶ୍ୟ ଅବୟବ ସମ୍ପନ୍ନ ହେବେ। ଦୂରଦୃଷ୍ଟିସମ୍ପନ୍ନ ହେବେ। ମହାବାହୁଯୁକ୍ତ ହେବେ। ଆଳସ୍ୟ ପରାୟଣତାର ବିଲୋପ ଘଟିବ।
ମିଥୁନ:ଶତ୍ରୁପକ୍ଷ ଉପରେ ବିଜୟ ହାସଲ କରିବେ। ଧନବୃଦ୍ଧିର ସୂଚନା ମିଳୁଛି। ବୁଦ୍ଧିମାନ୍‌ ହେବେ। ସନ୍ତାନମାନଙ୍କ ସୁଖରେ ସୁଖୀ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନାଗମ ହୋଇପାରେ।
କର୍କଟ:ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଶତ୍ରୁ ନାଶ କରିବାରେ ସିଦ୍ଧହସ୍ତ ହେବେ। ଧନ ଭୋଗର ସୂଚନା ମିଳୁଛି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ତେଜୀୟାନ ହେବେ।
ସିଂହ:ହୃଦୟବାନ୍‌ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପୁତ୍ର ସୁଖ ମିଳିବ। ଯଶସ୍ବୀ ଓ ବିଶ୍ବସ୍ତ ହେବେ। ସରକାରଙ୍କ ପରାମର୍ଶଦାତା ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ହେବେ। ଦେବଦ୍ବିଜ ପରାୟଣ ହୋଇପାରନ୍ତି।
କନ୍ୟା:ଆୟ ଅଶାନୁରୂପୀ ହେବ। ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି।
ତୁଳା: ଧୈର୍ଯ୍ୟବାନ୍‌ ହେବେ। ଆପଣଙ୍କ ପତ୍ନୀ ଧର୍ମପରାୟଣା ଓ ପତିବ୍ରତା ହେବେ। ଶ୍ବଶୁର ଘରୁ ଅର୍ଥ ସହାୟତା ମିଳିପାରେ। ଚାକିରି ପାଇଁ ଚେଷ୍ଟା କରୁଥିଲେ ସେହି ଚେଷ୍ଟା ଫଳବତୀ ହେବ। ସୁଖୀ ଜୀବନ ବିତାଇ​‌ବେ।
ବିଛା:ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭପ୍ରଦ ହେବ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ତେଜୀୟାନ ହେବେ।
ଧନୁ:ପ୍ରିୟ ବାକ୍ୟ ଉଚ୍ଚାରଣ କରିବାରେ ଦକ୍ଷ ହେବେ। ଶସ୍ତ୍ରଧାରୀ ଶତ୍ରୁକୁ ନିରସ୍ତ୍ର କରାଇପାରନ୍ତି। ଶୁଭକର୍ମ ପାଇଁ ସମୟ ଅନୁକୂଳ ରହିଛି। ଚେଷ୍ଟା ଫଳବତୀ ହେବ। କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ମକର:ଅର୍ଜନ କରିଥିବା ପାପ ଧନକୁ ଧର୍ମ କାର୍ଯ୍ୟରେ ବିନିଯୋଗ କରିପାରନ୍ତି। ଧନବାନ୍‌ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେବେ। ଦୟାଳୁ ଓ ମଧୁରଭାଷୀ ହେବେ। ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବ।
କୁମ୍ଭ:ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ଓ ସଦା ସମୃଦ୍ଧ ରହିବେ। ଗୁରୁଭକ୍ତ ହେବେ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ରହିବେ।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସୁଷମ ଖାଦ୍ୟ ଓ ମୃଦୁପାନୀୟରେ ଆପ୍ୟାୟିତ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories