www.samajalive.in
Monday, December 8, 2025
20.1 C
Bhubaneswar

ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟରେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଅଭିଯୋଗ; ବ୍ଲକ ଘେରିଲା କଂଗ୍ରେସ

ଟିଟିଲାଗଡ଼: ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଲା ବ୍ଲକରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଅଯଥା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଆଜି ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ମନ୍ତ୍ରୀ ପଞ୍ଚାୟତ ନିୟମକୁ ଅଣଦେଖା କରି, ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସମିତି ସଭ୍ୟଙ୍କୁ ଖାତିର ନକରି ବ୍ଲକର ଠିକା କାମ କେବଳ ଶାସକ ଦଳର କର୍ମୀଙ୍କୁ ପ୍ରଦାନ କରିବାକୁ ବିଡିଓଙ୍କ ଉପରେ ଚାପ ପକାଉଛନ୍ତି। ବ୍ଲକକୁ କେନ୍ଦ୍ର ତଥା ରାଜ୍ୟ ସରକାର ପ୍ରଦାନ କରୁଥିବା ଉନ୍ନୟନ ପାଣ୍ଠିରୁ ବିଜେଡି କର୍ମୀ କାର୍ଯ୍ୟ ନେଇ ଦୁର୍ନୀତି ଚାଲିଥିବା ଦଳୀୟ ନେତା ଅଭିଯୋଗ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଘେରାଉ କାର୍ଯ୍ୟକ୍ରମରେ କଂଗ୍ରେସ ଦଳ ସମର୍ଥିତ ସମସ୍ତ ସମିତି ସଭ୍ୟ, ବରିଷ୍ଠ କଂଗ୍ରେସ ନେତା ସତ୍ୟନାରାୟଣ ପଣ୍ଡା, ଆଇଏନଟିୟୁସି ଜିଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ଜିଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ରାଜୀବ ଗାନ୍ଧୀ ଛାତ୍ର ଫୋରମର ଜିଲା ସଭାପତି ଜ୍ଞାନରଞ୍ଜନ ସରାଫ, ମିଡ଼ିଆ ସେଲ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ମୁଖ୍ୟ ସୁବ୍ରତ ବେହେରା, ସତ୍ୟନାରାୟଣ ସାହୁ ପ୍ରମୁଖ ଶତାଧିଜ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଏନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ଆଶଙ୍କା ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁତଲା ଆଇଆଇସି ଅବନୀ ସାହୁଙ୍କ ସମେତ ବହୁ ସଂଖ୍ୟାରେ ଓଏସଏପି ଫୋର୍ସ ମୁତୟନ ରହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories