www.samajalive.in
Monday, December 8, 2025
27.1 C
Bhubaneswar

କାଳବୈଶାଖୀ ତାଣ୍ଡବ: ଉଡ଼ିଲା ୪ ଡଙ୍ଗରିଆଙ୍କ ଘରର ଟିଣ

କଲ୍ୟାଣସିଂହପୁର: କାଳବୈଶାଖୀର ତାଣ୍ଡବରେ ପାରସାଲିର ୪ ଡଙ୍ଗରିଆଙ୍କ ଘରର ଟିଣ ଉଡେଇ ନେଇ ଯାଇଥିବା ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତରେ ରବିବାର ରାତିରେ ଲଗାଣ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଥିଲା। ଯାହା ଫଳରେ ପାରସାଲି ଗାଁର ୪ଜଣ କାଡ୍ରାକା ସିଟା, ସିକକା ଲତଖ, କରିସିକା ବାଡ଼ି ଓ କାଡ୍ରାକା କୁମୁଟାଡିଙ୍କ ଘରର ଟିଣ ଉଡେଇ ନେଇଯାଇଛି। ସେମାନେ ଘରେ ସାଇତି ରଖିଥିବା ମାଣ୍ଡିଆ, ଖସଲା, ଚାଉଳ, ଜହ୍ନା, ଲୁଗାପଟା ଇତ୍ୟାଦି ଜିନିଷ ନଷ୍ଟ ହୋଇଯାଇଛି। ଏହି ଘଟଣା ରାତିରେ ହୋଇଥିବାରୁ ସେମାନେ ନିଜ ନିଜ ଜିନିଷ ବାହାର କରିପାରିନଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ଗାଁରେ ଥିବା କମ୍ୟୁନିଟି କେନ୍ଦ୍ରରେ ରାତ୍ରୀଯାପନ କରିଥିଲେ । ବର୍ତ୍ତମାନ ଘରକୁ ଯାଇ ନଷ୍ଟ ହୋଇଥିବା ଜିନିଷ ବାହାର କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତର ସରପଞ୍ଚଙ୍କୁ ଗ୍ରାମବାସୀ ଜଣାଇଥିବା ବେଳେ ରାଜସ୍ୱ ଅଧିକାରୀଙ୍କୁ ଜଣାଇ ନଥିବା କହିଥିଲେ। ଖବର ଲେଖା ହେବା ସୁଦ୍ଧା ପଞ୍ଚାୟତ କି ରାଜସ୍ୱ ପକ୍ଷରୁ କିଛି ଯୋଗାଇ ଦିଆଯାଇନଥିବା କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories