www.samajalive.in
Monday, December 8, 2025
20.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ବଡ଼ପୁଞ୍ଜି ‘ପ୍ରଗତି’ ଓ ‘ସରଳତା’: ମନ୍ତ୍ରୀ

ଭୁବନେଶ୍ବର : ଦୀର୍ଘ ୨୫ ବର୍ଷ ଧରି ରାଜନୀତିରେ ଅପରାଜେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଚିନ୍ତାଧାରା ବିରଳ। ଜନତାଙ୍କ ପ୍ରିୟଭାଜନ ହୋଇ ନିରନ୍ତର ସଫଳତା ହାସଲ କରିଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ପୁଞ୍ଜି ହେଉଛି ପ୍ରଗତି ଓ ସରଳତା। ତାଙ୍କ ରାଜନୈତିକ ସ୍ଥିରତା ଉପରେ ଏବେ ଗବେଷଣା ଆରମ୍ଭ ହେଲାଣି ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି।
‘ନବୀନ@୨୫: ପର୍ସ୍‌ପେକ୍ଟିଭ୍‌ସ’ ପୁସ୍ତକ ଉନ୍ମୋଚନ କରି ଶ୍ରୀ ଘଡ଼ାଇ ନବୀନ ବାବୁଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା ଓ ଜନତାଙ୍କ ପ୍ରିୟଭାଜନ ହେବାର ଧାରା ଉପରେ ଆଲୋକପାତ କରିଥିଲେ। ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଲେଖକ ତଥା ଏଫ୍‌ଆଇଡିଆର୍‌ର ଅଧ୍ୟକ୍ଷ ଚାରୁଦତ୍ତ ପାଣିଗ୍ରାହୀ କହିଲେ ଯେ ବର୍ତ୍ତମାନର ରାଜନୈତିକ ପ୍ରେକ୍ଷାପଟ୍ଟରେ ନବୀନ ଜଣେ ବିସ୍ମୟ। ରାଜନୀତିରେ ସ୍ଥିରତା ଅଦୃଶ୍ୟ ହେବାକୁ ବସିଥିବାବେଳେ ଲୋକାଭିମୁଖୀ ନୀତି ଓ ସରଳତା ପାଇଁ ୨୫ ବର୍ଷ ଧରି ରାଜନୀତିରେ ତିଷ୍ଠି ରହି ନବୀନ ଏକ ବିରଳ ବ୍ୟକ୍ତିତ୍ବ ପାଲଟିଛନ୍ତି। ନବୀନ ପଟ୍ଟନାୟକ କମ୍ କଥା କହନ୍ତି ଓ ତାଙ୍କର କାମ ହିଁ ତାଙ୍କର ଦକ୍ଷତା ପ୍ରତିପାଦିତ କରେ ବୋଲି ଶ୍ରୀ ପାଣିଗ୍ରାହୀ ମତ ଦେଇଥିଲେ। ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ୨୫ ବର୍ଷର ରାଜନୈତିକ ଦୃଷ୍ଟିଭଙ୍ଗୀକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିଥିବା ୨୫ ଜଣ ଲେଖକ ଏ ପୁସ୍ତକରେ ନିଜର ଆଲେଖ୍ୟ ରଖିଛନ୍ତି। ସେମାନେ ହେଲେ ଚିନ୍ମୟ ଜେନା, ଅରୁଣ କୁମାର ମହାନ୍ତି, ସତ୍ୟନାରାୟଣ ମିଶ୍ର, ତ୍ରୈଲୋକ୍ୟ ଜେନା, ବସନ୍ତ କୁମାର ପଣ୍ଡା, ଭାସ୍କର ପରିଚ୍ଛା, ଦୀପକ ସାମନ୍ତରାୟ, ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ, ବିଜୟକେତନ ମିଶ୍ର, ପ୍ରଦୀପ ବିଶ୍ବାଳ, ତେଜେଶ୍ବର ପଟ୍ଟନାୟକ, ଅନୀଲ ଧୀର, ଚିନ୍ମୟ କୁମାର ହୋତା, ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ଦାସ, ପ୍ରସନ୍ନ କୁମାର ପଣ୍ଡା, ଦାଶରଥୀ ଭୂୟାଁ, ଚାରୁଦତ୍ତ ପାଣିଗ୍ରାହୀ, ତପନ କୁମାର ପଣ୍ଡା, ସମ୍ବିତ ଦାଶ, ଶୋଭନ କର, ଅବଶ ପରିଡ଼ା, ପ୍ରଦୀପ କୁମାର ପଣ୍ଡା ଓ ଯତୀନ୍ଦ୍ର କୁମାର ନାୟକ। ଏ ଅବସରରେ ସମସ୍ତ ଲେଖକଙ୍କୁ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୃତ୍ୟୁଞ୍ଜୟ ରଥ ଉତ୍ସବ ପରିଚାଳନ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories