www.samajalive.in
Monday, December 8, 2025
16.1 C
Bhubaneswar

ଅଦିନିଆ ବର୍ଷାରେ ଉବୁଟୁବୁ ଭୂତଳ ପୋଲ

ଟିଟିଲାଗଡ଼:ଟିଟିଲାଗଡ ସହର ଜନବସତିକୁ ଠିକ ଦୁଇ ଭାଗ କରି ରହିଥିବା ରେଳଧାରଣା ପାର ହେବାକୁ ଏବେ ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ ସାଙ୍ଗକୁ ରେଳ ଭୂତଳ ପୋଲ। ଲୋକଙ୍କ ସବୁ ସମସ୍ୟା ଦୂର ହେଲା। ଆଉ ହାଟପଦା ରେଳବାଇ ଫାଟକର କୌଣସି ଆବଶ୍ୟକତା ନାହିଁ ବୋଲି ରେଳ ବିଭାଗ ଅଧିକାରୀ ବଳ ପୂର୍ବକ ଫାଟକକୁ ବନ୍ଦ କରିଦେଲେ। ତେବେ ଓଭରବ୍ରିଜ ସହର ପାର ହୋଇ ୧ କିଲୋମିଟର ଦୂରରେ ଓହ୍ଲାଇବାକୁ ପଡୁଥିବା ତଥା ଭୁତଳ ପୋଲରେ ସାମାନ୍ୟ ବର୍ଷା ହେଲେ ପାଣି ସ୍ରୋତ ଛୁଟୁଥିବା ନେଇ ଫାଟକ ବନ୍ଦ ନକରିବା ପାଇଁ ସହରବାସୀ ରେଳ ବିଭାଗର ନିଷ୍ପତ୍ତିକୁ ବିରୋଧ କରିଥିଲେ। ତେବେ ରେଳ ବିଭାଗ ଯନ୍ତ୍ରୀ ଭୂତଳ ପୋଲରେ ପାଣି ଜମୁଥିବା ସମସ୍ୟାକୁ ଟିଟିଲାଗଡ ପୌର ପରିଷଦ ଯନ୍ତ୍ରୀଙ୍କ ସହ ମିଶି ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୌର ନିର୍ବାହୀ ଅଧିକାରୀ ତଥା ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଫାଟକ ବନ୍ଦ ନକରିବା ପାଇଁ ଟିଟିଲାଗଡ ଆର୍ପିଏଫ ଥାନା ଆଇଆଇସିଙ୍କୁ ପତ୍ର ଲେଖି ପରାମର୍ଶ ଦେଇଥିଲେ। ହେଲେ କଣ ହେଲା କେଜାଣି ଉପଜିଲାପାଳଙ୍କ ପତ୍ର ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ଫାଟକକୁ ସବୁ ଦିନ ପାଇଁ ରେଳ ବିଭାଗ ବନ୍ଦ କରିଦେଲା।

 

- Advertisement -

ସୂଚନା ଯେ, ପ୍ରାୟ ୧୦ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ ପରେ ରେଳ ବିଭାଗ ପକ୍ଷରୁ ଭୂତଳ ପୋଲ ନିର୍ମାଣ କାମ ହୋଇଥିଲା। ହେଲେ ପୋଲର ନିର୍ମାଣଗତ ତ୍ରୁଟି ଯୋଗୁଁ ପ୍ରାରମ୍ଭରୁ ପାଣି ନିଷ୍କାସନ ହୋଇ ନପାରି ଜମା ହୋଇ ରହିବା ସମସ୍ୟା ବୃଦ୍ଧି କରିଛି। ସାମାନ୍ୟ ବର୍ଷା ହେଲେ ଆଖପାଖ ନର୍ଦ୍ଦମା ପାଣି ପ୍ରବେଶ ସହ ଦିନ ଦିନ ଧରି ଜମି ରହୁଛି। ବର୍ଷା ଋତୁରେ ଅବସ୍ଥା ଆହୁରି ଅସମ୍ଭାଳ। ଜଙ୍ଗଲିଆ ନାଳ ପରି ପାଣି ଛୁଟୁଛି। ମଙ୍ଗଲବାର ପୁର୍ବାହ୍ନ ପ୍ରାୟ ୯ଟାରୁ ଟିଟିଲାଗଡ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ, ଘଡଘଡି ସାଙ୍ଗକୁ ବର୍ଷା ଆରମ୍ଭ ହୋଇଥିଲା। କିଛି ସମୟର ବର୍ଷାରେ ଭୂତଳ ପୋଲରେ କିଛି ସମୟ ଯା’ଆସ ଠପ ହୋଇପଡିଥିଲା। ଆଗକୁ ବର୍ଷା ଋତୁ। ଏପରିପ୍ରେକ୍ଷୀରେ ରେଳ ବିଭାଗ ଉଚ୍ଚ କତ୍ତୃପକ୍ଷ ତଥା ପୌର ପରିଷଦ ନିର୍ବାହୀ ଅଧିକାରୀ ଏନେଇ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories