www.samajalive.in
Saturday, December 6, 2025
16.1 C
Bhubaneswar

କରୋନା : ସୁସ୍ଥ ରହିବା ପାଇଁ ଆପଣନ୍ତୁ କିଛି ସରଳ ଉପାୟ

କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଟିକାକରଣ ଜାରି ରହିଛି। ଟିକା ନେଉଥିବା କିଛି ବ୍ୟକ୍ତିଙ୍କ ୨ ଦିନ ଯାଏଁ ମୁଣ୍ଡ ବ୍ୟଥା, ଜ୍ୱର, ଅଥବା ଦେହହାତ ବ୍ୟଥା ମଧ୍ୟ ଦେଖାଯାଉଛି। ଏହା କିଛି ସମୟ ପାଇଁ ହୋଇଥାଏ। ମାତ୍ର ଟିକା ନେବା ପରେ ମଧ୍ୟ ନିଜ ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ। ନିଜ ଖାଦ୍ୟରେ କିଛି ପୋଷକ ତତ୍ତ୍ୱ ଓ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ମଧ୍ୟ ସାମିଲ କରିବା ଉଚିତ। ତେବେ ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଉଚିତ….
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମସଲା ମଧ୍ୟରେ ଗୋଟିଏ ମସଲା ହେଉଛି ହଳଦୀ। ଏଥିରେ ବହୁ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି। ଆଣ୍ଟି-ବ୍ୟାକ୍ଟେରିୟଲ, ଆଣ୍ଟି-ଇନଫ୍ଲେମେଟ୍ରୀ,ଆଣ୍ଟି-ଫଙ୍ଗଲ ଭଳି ଗୁଣ ରହିଛି। ଏହାକୁ ନିୟମିତ ସେବନ କରନ୍ତୁ। ଶରୀରକୁ ସୁସ୍ଥ ରଖିବା ପାଇଁ ଏହା ବେଶ ସହାୟକ।
ଅଦାର ବ୍ୟବହାର ଚା’ପ୍ରସ୍ତୁତ କରିବା ଠାରୁ ବ୍ୟଞ୍ଜନ ପ୍ରସ୍ତୁତ କରିବା ଯାଏଁ ବ୍ୟବହାର ହୋଇଥାଏ। ଏଥିରେ ଅନେକ ଔଷଧୀୟ ଗୁଣ ରହିବା ସହ ଏହାସହ ମାନସିକ ଦୁଶ୍ଚିତାକୁ ଦୂର କରିବା ସହ ମସ୍ତଷ୍କକୁ ଶାନ୍ତ ରଖିଥାଏ।
ଟିକା ନେବା ପରେ ପାଣିର ସଠିକ ସେବନ ସହ ଜଳୀୟ ଅଂଶ ଥିବା ଓ ବିଭିନ୍ନ ପ୍ରକାର ଫଳର ସେବନ କରନ୍ତୁ। ଯାହା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପୋଷକ ତତ୍ତ୍ୱ ମିଳିପାରିବ। କମଳା, ତରଭୂଜ,କାକୁଡି ଆଦି ଖାଆନ୍ତୁ। ଫାଇବର ଯୁକ୍ତ ଖାଦ୍ୟ ମଧ୍ୟ ଖାଆନ୍ତୁ।
ବିଭିନ୍ନ ପ୍ରକାର ସବୁଜ ପନିପରିବା ଆଦି ଖାଆନ୍ତୁ। ଭିଟାମିନ ସି, ପ୍ରୋଟିନ ଯୁକ୍ତ ଖାଦ୍ୟ, ଭିଟାମିନ କେ ଯୁକ୍ତ ଖାଦ୍ୟ ଖାଆନ୍ତୁ।
ଏହାସହ ପାଚନକ୍ରିୟାକୁ ସୁସ୍ଥ ରଖନ୍ତୁ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories