www.samajalive.in
Thursday, December 11, 2025
23.1 C
Bhubaneswar

ଶୀତଦିନେ ରୂପି ସମସ୍ୟା ଦୂର କରେ ଏହି ସହଜ ଉପାୟ

କେଶ ସହ ଜଡ଼ିତ ବିଭିନ୍ନ ସମସ୍ୟା ଯେପରି ରୂପି, କେଶ ଝଡ଼ିବା, ପତଳା ହୋଇଯିବା , କମ ବୟସରେ କେଶ ଧଳା ହେବା, ଦୁର୍ବଳ ହେବା ବର୍ତ୍ତମାନ ସଭିଁଙ୍କ ମୁଣ୍ଡ ବିନ୍ଧ୍ୟାର କାରଣ ହୋଇଛି। ଏହି ସମସ୍ତ ମଧ୍ୟରୁ ଶୀତ ଦିନରେ ରୂପି ଏକ ବିରାଟ ସମସ୍ୟା। ମାତ୍ର ଏହି ରୂପିକୁ ଦୂର କରିବା ପାଇଁ କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ ….
ଯଦି ଆପଣ ତୁରନ୍ତ ରୂପି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଦହିରେ ଅଣ୍ଡାର ଧଳା ଅଂଶକୁ ମିଶାଇ ଏହାକୁ କେଶ ମୂଳରେ ମାଲିସ କରି ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ମୁଣ୍ଡ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ। କେଶ ରେଶମୀ ହୋଇଥାଏ।
ଶୀତ ଦିନରେ ସୋରିଷ ତେଲକୁ ସାମାନ୍ୟ ଉଷୁମ କରି କିମ୍ବା ନଡ଼ିଆ ତେଲକୁ ଅଳ୍ପ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ। ରୂପି ଦୂର ହୋଇଥାଏ। ଆରମ ମଧ୍ୟ ଅନୁଭବ ହୋଇଥାଏ।
ଲେମ୍ବୁ ଓ ମହୁ ମିଶାଇ କେଶ ମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ। ଲେମ୍ବୁରେ ପୋଷକ ତତ୍ତ୍ୱ ଓ ମହୁ ମିଶ୍ରଣ କେଶ ପାଇଁ ଖୁବ ଉତ୍ତମ। ସପ୍ତାହକୁ ୨ କିମ୍ବା ୩ ଥର ଏହାକୁ ଲଗାଇ ୨୫ ମିନିଟ ରଖି ସାମ୍ପୁ କରି ଦିଅନ୍ତୁ।
ଯଦି ଆପଣଙ୍କ କେଶ ଅଧିକ ଶୁଷ୍କ , ତେବେ ଶୀତ ଦିନରେ ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜେତୁନର ତେଲରେ କେଶ ମୂଳକୁ ମାଲିସ କରନ୍ତୁ। ଏହି ତେଲରେ ଆପଣ ମହୁ ମିଶାଇ ଏହାକୁ ବ୍ୟବହାର କରି ପାରିବେ। ଏହାକୁ ଲଗାଇ ୩୦ ମିନିଟ ରଖି ସାମ୍ପୁ କରି ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ରେଶମୀ ହେବା ସହ ରୂପି ସମ୍ପୂର୍ଣ୍ଣ ଦୂର ହୋଇଥାଏ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories