www.samajalive.in
Tuesday, December 9, 2025
16.1 C
Bhubaneswar

କରଜ ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାଶି ଅନୁଯାୟୀ ଆପଣାନ୍ତୁ ଏହି ଉପାୟ

କରଜ ସଭିଁଙ୍କ ପାଇଁ ସର୍ବଦା ମୁଣ୍ଡ ବିନ୍ଧା କାରଣ ଓ ଚିନ୍ତା ପାଲଟିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ରାଶି ଅନୁଯାୟୀ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଜୀବନର ବହୁ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ …….
ମେଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ପ୍ରତିଦିନ ସକାଳେ ପ୍ରଭୁ ଗଣେଶଙ୍କର ପୂଜା କରିବା ସହ ଫୁଲ ଅର୍ପଣ କରିବା ଉଚିତ।
ବୃଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ମା’ଲକ୍ଷ୍ମୀଙ୍କର ପୂଜା କରିବା ସହ ପ୍ରତିଦିନ ମା’ଙ୍କୁ ଲାଲ ଫୁଲ ଅର୍ପଣ କରିବା ଉଚିତ।
ମିଥୁନ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ପ୍ରଭୁ ହନୁମାନଙ୍କ ପୂଜା କରିବା ସହ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବା ଉଚିତ।
କର୍କଟ ରାଶି –  ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଗୁରୁବାର ଦିନ କଦଳୀ ବୃକ୍ଷର ପୂଜା କରିବା ଉଚିତ।
ସିଂହ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ନିକଟରେ ଦୀପ ଲଗାଇବା ଉଚିତ।
କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧନ ପ୍ରାପ୍ତି ପାଇଁ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଉଚିତ।
ତୁଳା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଗୁରୁବାର ଦିନ ବିଷ୍ଣୁ ସହସ୍ରନାମ ପାଠ କରିବା ସହ ହଳଦିଆ ବସ୍ତ୍ର ଦାନ କରିବା ଉଚିତ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ମଙ୍ଗଳବାର ଦିନ ଭଗବାନଙ୍କୁ ତୁଳସୀ ଦଳ ଅର୍ପଣ କରିବା ଉଚିତ।
ଧନୁ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ।
ମକର ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ପ୍ରତିଦିନ ପ୍ରଭୁ ଗଣେଶଙ୍କୁ ପୂଜା କରିବା ଉଚିତ। ବୁଧବାର ଦିନ ପ୍ରଭୁଙ୍କୁ ସବୁଜ ଗୁଜୁରାତି ଅର୍ପଣ କରିବା ଉଚିତ।
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସୋମବାର ଦିନ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଉଚିତ।
ମୀନ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ପ୍ରତିଦିନ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ।
ଏହି ସମସ୍ତ ଉପାୟ ବ୍ୟତୀତ ପ୍ରତିଦିନ ଏହି ସମସ୍ତ ରାଶିର ବ୍ୟକ୍ତି ଓ ମହିଳା ସକାଳ ଓ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହାସହ ସମ୍ଭବତଃ ମଙ୍ଗଳବାର ଓ ଶନିବାର ସୁନ୍ଦରାକାଣ୍ଡ ମଧ୍ୟ ପାଠ କରିପାରିବେ। ପ୍ରତିଦିନ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହେବା ସହ ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories