www.samajalive.in
Tuesday, December 9, 2025
16.1 C
Bhubaneswar

ସୁଧୁରୁନି ପାକିସ୍ତାନ, ସେନା କ୍ୟାମ୍ପରେ ଆତଙ୍କବାଦୀଙ୍କୁ ଦେଉଛି ତାଲିମ

ଜମ୍ମୁ : ସୁଧୁରୁନି ଆତଙ୍କୀସ୍ତାନ ପାକିସ୍ତାନ। କ୍ରମାଗତ ଭାବେ ପାକିସ୍ତାନ ସେନା ସେମାନଙ୍କ କ୍ୟାମ୍ପରେ ଆତଙ୍କବାଦୀଙ୍କୁ ତାଲିମ ଦେଉଛନ୍ତି। ତାଲିମ ପରେ, ଆତଙ୍କବାଦୀମାନଙ୍କୁ ‘ଏଲଓସି’ରେ ଭାରତକୁ ଅନୁପ୍ରବେଶ ମଧ୍ୟ କରାଉଛନ୍ତି। ସର୍ବିଶେଷ ସୂଚନା ଅନୁସାରେ ରାଜୋରି ଜିଲା ନୋଶେରା ସେକ୍ଟର ଅଞ୍ଚଳରେ ଥିବା ଭବାନୀ ପୋଷ୍ଟରୁ ଅଳ୍ପକିଛି ଦୂରରେ ପାକିସ୍ତାନୀ ସେନାର ଲଞ୍ଚ ପ୍ୟାଡରେ ୨୫ ଜଣ ଆତଙ୍କବାଦୀ ତାମିଲ ନେଉଥିବା ଜଣାପଡିଛି।

ସୂଚନାନୁସାରେ, ପାକିସ୍ତାନର ୮ ଟି ବାଲୁଚି ରେଜିମେଣ୍ଟ ନୋଶେରା ସେକ୍ଟରର ଭବାନୀ ପୋଷ୍ଟ ସମ୍ମୁଖରେ ରହିଛି । ଭବାନୀ ପୋଷ୍ଟ ସାମ୍ନାରେ ପାକିସ୍ତାନର ‘ପି୧’ ଏବଂ ‘ପି୨’ ପୋଷ୍ଟଗୁଡିକ ଅଛି ଜ୍ଝ ପାକିସ୍ତାନୀ ସେନାର ଲଞ୍ଚ ପ୍ୟାଡ୍ ନମ୍ବର ୬ରେ ୨୫ ଜଣ ଜୌସ୍ ଆତଙ୍କବାଦୀ ତାଲିମ ନେଉଛନ୍ତି। ସେମାନଙ୍କୁ ଜୌସ୍ଶ କମାଣ୍ଡର ଆବୁ ହାମଜା ତାଲିମ ଦେଉଥିବା ଜଣାପଡିଛି। ଏହି ଆତଙ୍କବାଦୀମାନଙ୍କୁ ତାଲିମ ପରେ ୬ ଟି ଗୋଷ୍ଠୀରେ ବିଭକ୍ତ କରାଯାଇ ରାଜୋରି ଏବଂ ପୁଞ୍ଚ ବ୍ୟତୀତ ଜାମ୍ମୁ ସୀମାରେ ଅନୁପ୍ରବେଶ କରାଇବା ପାଇଁ ପ୍ରୟାସ କରିବ ବୋଲି ଗୁଇନ୍ଦା ସୂଚନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories