ଦେବପ୍ରୟାଗ : ସୋସିଆଲ ମିଡ଼ିଆରେ ବନ୍ୟ ହିଂସ୍ରଜନ୍ତୁଙ୍କ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ଅନେକ ସମୟରେ ଲୋମଟାଙ୍କୁରି ଉଠେ। ଏଭଳି ଏକ ଦୃଶ୍ୟ ଉତରାଖଣ୍ଡର ଦେବପ୍ରୟାଗ ଅଂଚଳରେ ଥିବା ଏକ ପୁଲିସ ଥାନା ବାହାରେ ଦେଖିବାକୁ ମିଳିଛି। ଭିଡ଼ିଓରେ ଦେଖାଯାଉଛି କିଭଳି ଏକ କଲରାପତରିଆ ବାଘ ରାସ୍ତା ମଝିରେ ଗାଈ ମାନଙ୍କୁ ଗୋଡ଼ାଉଛି, କଲାରାପତରିଆ ବାଘର ଆକ୍ରମଣରେ ଗାଈମାନେ ଭୟଭୀତ ହୋଇ ଖୁବ ଶୀଘ୍ର ଦୌଡ଼ି ପଳାଉଛନ୍ତ। ଏ ସମସ୍ତ ଦୃଶ୍ୟ ସିସିଟିଭ କ୍ୟାମେରାରେ କଏଦ ହୋଇଛି। ପ୍ରାୟ ୨କିମ୍ବା ୩ ଦିନ ତଳର ଏହା ଘଟଣା ବୋଲି ଜଣାପଡ଼ିଛି। ଗାଈମାନେ ଯିଏ ଯୁଆଡ଼େ ପଳାଇବା ପରେ ବାଘଟି କିଛି ସମୟ ସେହି ରାସ୍ତାରେ ବସି ରହୁଛି। ଏହାପରେ ସେ କେଉଁ ଆଡ଼େ ଚାଲିଯାଉଛି। ଗାଈମାନଙ୍କ ଶବ୍ଦ ଶୁଣି ସମ୍ପୃକ୍ତ ପୁଲିସ ଥାନା ମଧ୍ୟରୁ ଜଣେ କର୍ମଚାରୀ ବାହାରକୁ ଆସି ଦେଖୁଛନ୍ତି, ମାତ୍ର ବାଘକୁ ଏପରି ରାସ୍ତାରେ ବସିବାର ଦେଖି ସେ ମଧ୍ୟ ହଡ଼ବଡ଼ ହୋଇ ଥାନା ମଧ୍ୟକୁ ପଳାଇଥିଲେ। ଏହି ସମସ୍ତ ଦୃଶ୍ୟ ସାମ୍ନାରେ ଥିବା ଏକ ସିସିଟିଭରେ କଏଦ ହୋଇଛି। ବର୍ତମାନ ବହୁ ଲୋକେ ଏହି ଭିଡ଼ିଓକୁ ଦେଖିସାରିଲେଣ। ଭିଡ଼ିଓଟିକୁ ଜଣେ ଭାରତୀୟ ବନ୍ୟ ଅଧିକାରୀ ପୋଷ୍ଟ କରିଥିବା ଜଣାପଡ଼ିଛି।
ରାସ୍ତା ମଝିରେ ବାଘ ; ଭୟରେ ଦୌଡ଼ିଲେ ଗାଈପଲ ; ସିସିଟିଭିରେ କଏଦ ହେଲା ଦୃଶ୍ୟ
Popular Categories



