www.samajalive.in
Wednesday, December 10, 2025
26.1 C
Bhubaneswar

ବାଘର ବାଟ ଓଗାଳୁଛି ଅଜଗାର ସାପ.. ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ :  ଆମ ଦୁନିଆ ରହସ୍ୟରେ ପରିପୂର୍ଣ୍ଣ, ବିଚିତ୍ର ଏଇ ବ୍ରହ୍ମାଣ୍ଡ।  ସୌରମଣ୍ଡଳ ଠାରୁ ପୃଥିବୀ ପର୍ଯ୍ୟନ୍ତ ଅନେକ ରହସ୍ୟ ଅଛି।  ଯାହାକୁ ଅନୁମାନ କରାଯାଇପାରିବ ନାହିଁ । ଆମ ଚାରିପାଖରେ ଅନେକ ଘଞ୍ଚ ଜଙ୍ଗଲ ଅଛି, ଯେଉଁଠାରେ ବଣୁଆ ଜନ୍ତୁ ମାନେ ବାସ କରନ୍ତି। ସିଂହ ଓ ବାଘକୁ ଜଙ୍ଗଲର ରାଜା ଭାବରେ ବିବେଚନା କରାଯାଏ । କିନ୍ତୁ ଅଜଗର ସାପ ମଧ୍ୟ କାହାଠାରୁ କମ୍ ବିପଦ ଜନକ ନୁହେଁ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ ଅଜଗର ସାପ ଓ ଟାଇଗର ସହ ଜଡିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଆପଣ ଆଶ୍ଚର୍ୟ୍ୟ ହୋଇଯିବେ କିପିରି ବଘଟି ଅଜଗର ସାପକୁ ଦେଖି ବାଟ ବଦଳାଉଛି ।

- Advertisement -

ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟ୍ୱିଟରେ ଏହି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ସୁଶାନ୍ତ ନନ୍ଦା କ୍ୟାପସନରେ ଲେଖିଛନ୍ତି ଯେ ବାଘକୁ ଅଜଗର ପାଇଁ ରାସ୍ତା ଛାଡିବାକୁ ପଡିବ । ଏହି ଭିଡିଓଟି ଯେତିକି ଆଶ୍ଚର୍ୟ୍ୟ ଜନକ, ଏହି ଭିଡିଓର କ୍ୟାପସନ୍ ମଧ୍ୟ ସେତିକି କୌତୁକ ପୂର୍ଣ୍ଣ। ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଅପଭୋକ୍ତାମାନେ ବହୁତ ପସନ୍ଦ କରିଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓରେ ବଘଟି ଅଜଗର ସାପକୁ ଦେଖି ରହିଯାଉଛି । ଅଜଗର ସାପଟି ଯେତେବେଳେ ମୁହଁକୁ ବାଘ ପାଖକୁ ନେଉଛି ବାଘଟି ରାସ୍ତା ବଦଳାଇ ଦେଉଛି ।  ଭିଡିଓ ଦେଖି ମନେ ହେଉଛି  ଜଙ୍ଗଲରେ ବାଘ ସମସ୍ତଙ୍କ ଠାରୁ ବିପଦ ଜନକ ହୋଇଥିଲେ ମଧ୍ୟ ସେ ଅଜଗରକୁ ଭୟ କରୁଛି।

ଏହି ଭିଡିଓ ଦେଖୁଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓଟି ଖବର ଲେଖିବା ପର୍ଯ୍ୟନ୍ତ ୭୩ ହଜାରରୁ ଅଧିକ ଥର ଦେଖାଯାଇଥିଲା। ଏଥି ସହିତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଏହି ଭିଡିଓ ଉପରେ ଆକର୍ଷଣୀୟ ମନ୍ତବ୍ୟ ଦେଉଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଜଣେ ମଣିଷ ମଧ୍ୟ ଏଥିରୁ ବହୁତ କିଛି ଶିଖିବା ଉଚିତ୍ | ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ,  ଅଜଗର ସାପ ବାଘକୁ କହିଲା, ଯାଅ ଭାଇ, ମୁଁ ତୁମକୁ କ’ଣ କହିଲି ?

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories