www.samajalive.in
Friday, December 5, 2025
23.1 C
Bhubaneswar

ଗୁରୁବାର ରାଶିଫଳ: ଶତ୍ରୁଙ୍କୁ ପରାଜିତ କରିବେ

ମେଷ: ନାନା ସୁଖଭୋଗ କରିବା ସହିତ ବିଶାଳ ଯଶର ଅଧିକାରୀ ହେବେ। ଦାନ ଧର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଶତ୍ରୁ ଯେତେ ବଳବାନ୍‌ ହେଲେ ବି ତାକୁ ଅକ୍ଲେଶରେ ପରାସ୍ତ କରିବେ।

ବୃଷ: ବିନୟୀ ଭାବାପନ୍ନ ହେବେ। ସାମାଜିକ ସ୍ତରରେ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପ୍ରଥିତ ପ୍ରତାପ ସମ୍ପନ୍ନ ହେବାର ସୂଚନା ମିଳୁଛି। ଦ୍ବିଜାନୁରକ୍ତ ହେବେ। ଦୃଢ଼ ପୌରୁଷସମ୍ପନ୍ନ ହେବେ। କର୍ମଯୋଗୀ ହୋଇପାରନ୍ତି।

- Advertisement -

ମିଥୁନ: ସଦାସର୍ବଦା ସନ୍ମାର୍ଗୀ ହେବେ। ଦାନକୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟ ଦେବେ। ପତ୍ନୀ, ପୁତ୍ର ସହିତ ସାଂସାରିକ ଜୀବନ ସୁଖମୟ ହେବ। ଧନଧାନ୍ୟ ସହିତ ଜ୍ଞାନଗରିମାଯୁକ୍ତ ହେବେ। ପରୋପକାରୀ ହେବେ।

କର୍କଟ: ଭ୍ରମଣ ବ୍ୟର୍ଥ ହୋଇପାରେ। ପତ୍ନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣଙ୍କ ସମସ୍ତ ଚେଷ୍ଟା ଫଳବତୀ ହେବା ସମ୍ଭବ ନୁହେଁ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ।

ସିଂହ: ପତ୍ନୀଙ୍କ ନିକଟରେ ନିଜ ସାମର୍ଥ୍ୟର ପରିପ୍ରକାଶ ଘଟାଇବା ପରିବର୍ତ୍ତେ ତାଙ୍କର ସହାୟତା ଭିକ୍ଷା କରିପାରନ୍ତି। ପାଳିତ ସନ୍ତାନସନ୍ତତିଙ୍କ ପାଇଁ ସଦାସର୍ବଦା ଚେଷ୍ଟିତ ରହିବେ। ଢେର ସୁନାମ ଅର୍ଜନ କରିପାରନ୍ତି।

କନ୍ୟା: ଶାରୀରିକ ଦୁର୍ବଳତା ଆପଣଙ୍କ ମନବଳ ଉପରେ ପ୍ରଭାବ ବିସ୍ତାର କରିପାରେ। ନିଜେ ସେତେଟା କର୍ମକ୍ଷମ ନ ହେଲେ ବି ଅନ୍ୟ ଅନୁଗତମାନଙ୍କ ଦ୍ବାରା ପରୋପକାରକୁ ସଂଘଟିତ କରିପାରନ୍ତି।

ତୁଳା: ପୁତ୍ରାଦି ସନ୍ତାନମାନଙ୍କ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ସେମାନଙ୍କୁ ଶାସ୍ତ୍ରାନୁମୋଦିତ କାର୍ଯ୍ୟରେ ଲିପ୍ତ ରହିବାକୁ ପରାମର୍ଶ ଦେଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ। ବିଳମ୍ବରେ ସଫଳତା ପାଇବେ।

ବିଛା: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ପୌରୁଷ ପଣିଆର ଟେକ ରଖିବାକୁ ଚେଷ୍ଟା କରିବେ। ସ୍ବଭାବ ସୁଲଭ ଗୁଣ ଆପଣଙ୍କୁ କୀର୍ତ୍ତିମାନ୍‌ କରିପାରେ। ରୋଜଗାର ଆଶାନୁରୂପ ହେବ। ଖର୍ଚ୍ଚ ବୃଦ୍ଧି ହୋଇପାରେ।

ଧନୁ: ଆଜି ଦିନ ଭିତରେ କୌଣସି ପ୍ରକାର ପ୍ରମାଦର ଆଶଙ୍କା ନାହଁି। ପ୍ରମାଦହୀନ ଜୀବନରେ ନାନା ପ୍ରୋତ୍ସାହନ ପଦ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ନିରୀହ ସ୍ବଭାବର ହେବେ। ସାଧୁଙ୍କ ସେବା କରିପାରନ୍ତି।

ମକର: ବିବାଦଶୀଳ ହେଲେ ବି ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇପାରନ୍ତି। ଅର୍ଥ ଲାଭ ପାଇଁ ବନ୍ଧୁତାକୁ ଭୁଲିଯାଇ ପାରନ୍ତି। ବିବିଧ ଉପାୟ ଅବଲମ୍ବନ କରି ଧନ ସଞ୍ଚୟକୁ ପ୍ରାଧାନ୍ୟ ଦେବେ।

କୁମ୍ଭ: ସୁଗୁଣସମ୍ପନ୍ନ ହେବେ। ଧନୀ ହୋଇପାରନ୍ତି। ସଦାସର୍ବଦା ସତ୍ୟବାଦିତା ପ୍ରଦର୍ଶନ କରିବେ। ଧନବାନ୍ ଓ ଶାନ୍ତିପ୍ରିୟ ହେବେ। କଠିନ ପରିଶ୍ରମରେ ଧନ ଅର୍ଜନ କରି ସୁଖୀ ହେବେ। ଶତ୍ରୁଙ୍କୁ ପରାଜିତ କରିବେ।

ମୀନ: ଏପରି କାର୍ଯ୍ୟ ନ କରନ୍ତୁ ଯେଉଁଥିରେ କି ଆପଣଙ୍କ ପୌରୁଷ ପଣିଆର ଅଧପତନ ନ ହେବ। ବହୁ ଧନ ବ୍ୟୟ କରି ସମ୍ମାନ ରଖିବାକୁ ଚେଷ୍ଟା କରିବେ। ନିର୍ଲୋଭ ପତ୍ନୀଙ୍କ ସହୟତା ଲାଭପ୍ରଦ ହେବ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories