www.samajalive.in
Sunday, December 7, 2025
16.1 C
Bhubaneswar

ମୁଖପାତ୍ର ପଦରୁ ଇସ୍ତଫା ଦେଲେ ୩ କଂଗ୍ରେସ ନେତା: କହିଲେ- ଏବେ ଖଡ଼ଗେଙ୍କ ପାଇଁ ନିର୍ବାଚନ ପ୍ରଚାର କରିବୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ଗୌରବ ବଲ୍ଲଭ, ଦୀପେନ୍ଦ୍ର ଏସ ହୁଡ୍ଡା ଓ ସୈୟଦ ନସୀର ହୁସୈନ ଦଳର ଆନୁଷ୍ଠାନିକ ମୁଖପାତ୍ର ପଦରୁ ରବିବାର ଇସ୍ତଫା ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଖଡ଼ଗେଙ୍କ ନିର୍ବାଚନ ପ୍ରଚାର ପାଇଁ ସେ ଇସ୍ତଫା ଦେଇଛନ୍ତି। ଏହି ତିନି ଜଣ ବୟାନ ଜାରି କରି କହିଛନ୍ତି, ଦଳ ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ବାଚନୀ ପ୍ରଚାର ପାଇଁ ଆମେ ମୁଖପାତ୍ର ପଦରୁ ଇସ୍ତଫା ଦେଇଛୁ ଏବଂ ଚାହୁଁଛୁ ଯେ, ଏହି ନିର୍ବାଚନ ମୁକ୍ତ ଓ ନିରପେକ୍ଷ ହେଉ। ଅପରପକ୍ଷେ, ଏହି ଇସ୍ତଫା ପରେ ଖଡ଼ଗେଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି।

କଂଗ୍ରେସକୁ ମଜଭୁତ କରିବାକୁ ଅଧ୍ୟକ୍ଷ ପଦ ନିର୍ବାଚନକୁ ଓହ୍ଲାଇଛି: ଖଡ଼ଗେ

- Advertisement -

ଖଡ଼ଗେ କହିଛନ୍ତି, ମୁଁ ଗାନ୍ଧୀ ପରିବାର ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବି ଏବଂ ଏହାକୁ କାର୍ଯ୍ୟକାରୀ କରିବି। କଂଗ୍ରେସ ଜଣେ ବ୍ୟକ୍ତି, ଗୋଟିଏ ପଦବୀ ନୀତି ଅନୁଯାୟୀ ନାମାଙ୍କନ ଦିନ ହିଁ ମୁଁ ରାଜ୍ୟସଭାରେ ବିରୋଧୀଦଳର ନେତା ପଦରୁ ଇସ୍ତଫା ଦେଇଥିଲି। ମୁଁ କାହା ବିରୋଧରେ ମଇଦାନକୁ ଓହ୍ଲାଇ ନାହିଁ, କଂଗ୍ରେସକୁ ମଜଭୁତ କରିବା ପାଇଁ ଅଧ୍ୟକ୍ଷ ପଦ ନିର୍ବାଚନକୁ ଓହ୍ଲାଇଛି। ଖଡ଼ଗେ କହିଛନ୍ତି ଯେ, କଂଗ୍ରେସର ବହୁ ବରିଷ୍ଠ ତଥା ଯୁବ ନେତାଙ୍କ ନିର୍ଦ୍ଦେଶରେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories