www.samajalive.in
Monday, December 8, 2025
20.1 C
Bhubaneswar

ଆତ୍ମହତ୍ୟା କରିବା ପାଇଁ ବେକରେ ଫାଶି ଲଗାଇ ୫ ଘଣ୍ଟା ଗଛ ଉପରେ ବସିଲେ ମହିଳା

ଭୋପାଳ : ମଧ୍ୟପ୍ରଦେଶର ଖଣ୍ଡୱାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମହିଳା ଆତ୍ମହତ୍ୟା କରିବା ପାଇଁ ଗଛରେ ଚଢି ଗଳାରେ ଫାଶି ଲଗାଇ ଦୀର୍ଘ ୫ଘଣ୍ଟା ବସିଲା ପରେ ପୁଲିସ ତାଙ୍କୁ ଉଦ୍ଧାର କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଖାରଦାସ ବାବା ଛକ ନିକଟରେ ବୁଧବାର ସକାଳେ ଏହି ଘଟଣା ଘଟିଛି । ମହିଳା ଜଣଙ୍କ ଗଳାରେ ଫାଶି ଲଗାଇ ୫୦ ଫୁଟ୍ ଗଛ ଉପରେ ବସିଥିବା ଦେଖି ଲୋକଙ୍କ ଭିଡ ଜମିଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ହାଇଡ୍ରାଲିକ୍ ଲିଫ୍ଟରେ ଉକ୍ତ ମହିଳା ନିକଟ​‌ରେ ପହଞ୍ଚିଥିଲେ । ମହିଳାଙ୍କୁ ବୁଝାସୁଝା କରି ପ୍ରାୟ ୫ ଘଣ୍ଟା ପରେ ତାଙ୍କୁ ତଳକୁ ଆଣିଥିଲେ । ମହିଳା ଜଣଙ୍କ ଦୀର୍ଘ ୫ ଘଣ୍ଟା କାଳ ଗଳାରେ ଫାଶି ଲଗାଇ ଗଛ ଉପରେ ବସି ରହିଥିଲେ ।

ମହିଳାଙ୍କ ନାମ ସାବିତ୍ରୀ ବାଇ ଏବଂ ତାଙ୍କ ସ୍ବାମୀଙ୍କ ନାମ ଭାରତସିଂହ (୪୫) । ସେମାନେ ଗୋନଖେଡାର ସ୍ଥାୟୀ ବାସନ୍ଦା । ସାବିତ୍ରୀ ବାଇ ଅଯୋଧ୍ୟା ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସେ କାମ କରନ୍ତି । କୌଣସି କାରଣକୁ ନେଇ ଅଯୋଧ୍ୟା ପ୍ରସାଦ ତାଙ୍କ ସହ ମାରପିଟ୍ କରିଥିଲେ । ଏହି ଘଟଣାକୁ ନେଇ ମହିଳା ଜଣଙ୍କ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲା ବୋଲି ସେ ପୁଲିସକୁ କହିଛନ୍ତି । ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories