www.samajalive.in
Monday, December 8, 2025
17.1 C
Bhubaneswar

ନଡ଼ିଆ ତେଲର ଶୁଦ୍ଧତା ଜାଣିବାର ସହଜ ଉପାୟ

ନଡ଼ିଆ ତେଲ ଏପରି ଏକ ଦ୍ରବ୍ୟ ଯାହାକୁ ପ୍ରତ୍ୟେକଙ୍କ ଘରେ ନିୟମିତ ଭାବେ ବ୍ୟବହାର କରାଯାଏ। ଏହାକୁ ବହୁ ସ୍ଥାନରେ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ। ମାତ୍ର ନଡ଼ିଆ ତେଲରେ ବର୍ତ୍ତମାନ ବିଭିନ୍ନ ପ୍ରକାରର ଦ୍ରବ୍ୟ ମିଶାଯାଉଥିବାରୁ ଏହାର ଶୁଦ୍ଧତା ନଷ୍ଟ ହେଉଛି। ଫଳରେ ଏହାକୁ ଆମେ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି ହେଉଛି। ସାଧାରଣତଃ ନଡ଼ିଆ ତେଲକୁ କେଶରେ ଓ ତ୍ୱଚାରେ ବ୍ୟବହାର କରାଯାଏ। ତେଣୁ ଏଥିରେ ଅନ୍ୟ ଦ୍ରବ୍ୟ ମିଶିବା କାରଣରୁ ଆମେ ଏହାକୁ ବ୍ୟବହାର କରିବା ଦ୍ୱାରା ଅନେକ ସମସ୍ୟା ଦେଖାଯାଏ। ଜାଣନ୍ତୁ କେଉଁ ଉପାୟରେ ନଡ଼ିଆ ତେଲର ଶୁଦ୍ଧତା ପରୀକ୍ଷା କରାଯାଇପାରିବ….
ଏକ କାଚ ଗ୍ଲାସରେ କିଛି ନଡ଼ିଆ ତେଲ ରଖନ୍ତୁ। ଏହାପରେ ଏହାକୁ ନେଇ ୩୦ ମିନିଟ ଫ୍ରିଜରେ ରଖନ୍ତୁ। ମାତ୍ର ଡ଼ି-ଫ୍ରିଜରେ ରଖିବେ ନାହିଁ।
୩୦ ମିନିଟ ପରେ ଏହାକୁ କାଢି ଦେଖନ୍ତୁ। ଯଦି ଗ୍ଲାସରେ ରଖିଥିବା ଏହି ତେଲରେ ଅନ୍ୟ କିଛି ଦ୍ରବ୍ୟ ମିଶିଥାଏ, ତେବେ ଗ୍ଲାସ ଭିତରେ ନଡ଼ିଆ ତେଲ ଉପରକୁ ଏକ ଆସ୍ତରଣ ହୋଇ ରହିବ ଓ ଅନ୍ୟ ପଦାର୍ଥ ତଳକୁ ଅନ୍ୟ ଏକ ଆସ୍ତରଣ ହୋଇ ରହିବ।
ଯଦି କୌଣସି ଆସ୍ତରଣ ସୃଷ୍ଟି ନହୁଏ, ତେବେ ଜାଣିବେ ନଡ଼ିଆ ତେଲ ଶୁଦ୍ଧ ଅଟେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories