www.samajalive.in
Monday, December 8, 2025
27.1 C
Bhubaneswar

ଜାପାନ: କ୍ୟୋଟୋ ଆନିମେଶନ ଷ୍ଟୁଡିଓରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୧୨ ମୃତ

ଟୋକିଓ: ଜାପାନର କ୍ୟୋଟୋ ସହରରେ ଥିବା ଏକ ପ୍ରତିଷ୍ଠିତ ଆନିମେଶନ ଷ୍ଟୁଡିଓରେ କେହି ଦୁର୍ବୃତ୍ତ ଗୁରୁବାର ସକାଳେ ନିଆଁ ଲଗାଇଦେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଜଣେ ଦୁର୍ବୃତ୍ତ ଷ୍ଟୁଡିଓରେ ପଶି କିଛି ତରଳ ପଦାର୍ଥା ପକାଇ ନିଆଁ ଲଗାଇ ଦେଇଥିଲେ। କ୍ଷଣିକ ମଧ୍ୟରେ ଷ୍ଟୁଡିଓ ଚାଲିଥିବା କୋଠାରେ ନିଆଁ ବ୍ୟାପିଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ରିପୋର୍ଟ ଅନୁସାରେ ଗୁରୁବାର ସକାଳ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି। ଯେଉଁ ବ୍ୟକ୍ତି ନିଆଁ ଲାଗଇଛନ୍ତି ସେ ବି ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ୩ମହଲା ବିଶିଷ୍ଟ ଏହି କୋଠା ଭିତରେ ବାରମ୍ବାର ବିସ୍ଫୋରଣର ଶବ୍ଧ ଶୁଣିବାକୁ ମିଳିଥିଲା। ପରେ ସେଠାରୁ ବହୁ ମାତ୍ରାରେ କଳା ଧୂଆଁ ବାହାରିଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ଲୋକଙ୍କୁ କମ୍ବଳରେ ଘୋଡ଼ାଇ ବାହାରକୁ ଆଣୁଥିବା ଦେଖିବାକୁ ମିଳିଥିଲା।

- Advertisement -

ସୂଚନାଯୋଗ୍ୟ, ଜାପାନର ପ୍ରସିଦ୍ଧ ଆନିମେଶନ ସିରିଜ କେ-ଆନ, ସୁଜୁମିୟା ହରୁହୀ, ଏ ସାଇଲେଣ୍ଟ ଭଏସ ସମେତ ଅନେକ ବଡ଼ ବଡ଼ ଆନିମେଶନ ଫିଲ୍ମ ଏବଂ ସିରିଜ ଏହି ଷ୍ଟୁଡିଓ ଦ୍ବାରା ନିର୍ମାଣ କରାଯାଇଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories