www.samajalive.in
Friday, December 5, 2025
27.1 C
Bhubaneswar

ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ହିଁ ଏହାର ପ୍ରେରଣା – ପ୍ରଧାନମନ୍ତ୍ରୀ

ଡେସ୍କ: ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯେମିତି ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ହିଁ ଏହାର ପ୍ରେରଣା ପାଲଟିଛି, ସେହିଭଳି ଭୋକାଲ୍ ଫର୍ ଲୋକାଲର ସଫଳତା ବିକଶିତ ଭାରତ – ସମୃଦ୍ଧ ଭାରତର ଦ୍ୱାର ଉନ୍ମୁକ୍ତ କରୁଛି। ସେ କହିଛନ୍ତି, ଭୋକାଲ୍ ଫର୍ ଲୋକାଲ୍ ର ଏହି ଅଭିଯାନ ସାରା ଦେଶର ଅର୍ଥନୀତିକୁ ଦୃଢ଼ତା ପ୍ରଦାନ କରୁଛି। ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ହେଉଛି ରୋଜଗାରର ଗ୍ୟାରେଂଟି। ଏହା ହେଉଛି ବିକାଶର ଗ୍ୟାରେଣ୍ଟି, ଏହି ଦେଶର ସନ୍ତୁଳିତ ବିକାଶର ଗ୍ୟାରେଣ୍ଟି। ଏହାଦ୍ୱାରା ସହରୀ ଏବଂ ଗ୍ରାମାଞ୍ଚଳର ଲୋକେ ଉଭୟେ ସମାନ ସୁଯୋଗ ପାଉଛନ୍ତି। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦିତ ବସ୍ତୁଗୁଡ଼ିକ ମୂଲ୍ୟଯୁକ୍ତ ହେବାର ମାର୍ଗ ମଧ୍ୟ ପ୍ରଶସ୍ତ ହେଉଛି। ଆଉ, ଯଦି ବିଶ୍ୱ ଅର୍ଥନୀତିରେ କିଛି ପରିବର୍ତ୍ତନ ହେଉଛି, ସେତେବେଳେ ଭୋକାଲ୍ ଫର୍ ଲୋକାଲ୍ ର ମନ୍ତ୍ର ଆମ ଅର୍ଥନୀତିକୁ ସୁରକ୍ଷା ମଧ୍ୟ ପ୍ରଦାନ କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ନିର୍ମିତ ବସ୍ତୁଗୁଡ଼ିକ ପ୍ରତି ଏହି ଭାବନା କେବଳ ପର୍ବପର୍ବାଣୀ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ବାହାଘର ଋତୁ ଆରମ୍ଭ ହୋଇସାରିଛି। କିଛି ବ୍ୟବସାୟ ସଂଗଠନ ଏହା ଅନୁମାନ କରୁଛନ୍ତି ଯେ, ଏହି ସମୟରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇପାରେ। ବାହାଘର ପାଇଁ କିଣାକିଣି ସମୟରେ ମଧ୍ୟ ଆପଣମାନେ ଭାରତରେ ତିଆରି ଜିନିଷ କିଣିବା ଉପରେ ହିଁ ଗୁରୁତ୍ୱ ଦିଅନ୍ତୁ। ସେ କହିଛନ୍ତି, ଆଜିକାଲି କିଛି ପରିବାର ଦ୍ୱାରା ବିଦେଶକୁ ଯାଇ ବିବାହ କରିବାର ପରମ୍ପରା ସୃଷ୍ଟି ହୋଇଚାଲିଛି। ତେବେ ଏଭଳି କରିବା କ’ଣ ନିହାତି ଜରୁରୀ ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତ ମାଟିରେ, ଭାରତର ଲୋକଙ୍କ ଗହଣରେ ଯଦି ଆମେ ବିବାହ ଉତ୍ସବ ପାଳନ କରିବା, ତାହେଲେ ଦେଶର ଧନ ଦେଶ ଭିତରେ ହିଁ ରହିବ। ଦେଶର ଲୋକେ ଆପଣଙ୍କ ବିବାହୋତ୍ସବରେ କିଛି ନା କିଛି ସେବା କରିବାର ସୁଯୋଗ ପାଇବେ। କ୍ଷୁଦ୍ର, ଗରିବ ଲୋକେ ମଧ୍ୟ ଆପଣଙ୍କ ବିବାହୋତ୍ସବ କଥା ନିଜ ପିଲାମାନଙ୍କୁ କହିବେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories