www.samajalive.in
Thursday, December 11, 2025
23.1 C
Bhubaneswar

ଲଗାଣ ବର୍ଷାରେ ଧୋଇଗଲା ପିଆଜ ଫସଲ ଆଳୁ, ପିଆଜ ମହଙ୍ଗା,ଟମାଟୋ ୭୦

ଭୁବନେଶ୍ବର:​‌ କରୋନା ସଂକ୍ରମଣ ସମୟରେ ସମ୍ପ୍ରତି ଲୋକେ ରୋଜଗାର ହରାଉଥିବାବେଳେ ବଜାର ଦରଦାମ୍‌ ଆକାଶଛୁଆଁ ହେବାରେ ଲାଗିଛି। ଗୋଟିଏ ପଟେ ଲୋକେ ରୋଜଗାର ହରାଇଥିବାବେଳେ ଅନ୍ୟପଟେ ମହଙ୍ଗା ବଜାର ଦର ‘ବେଡି ଉପରେ କୋରଡା ମାଡ’ ସଦୃଶ ହୋଇଛି। ଏଭଳି ସମୟ​‌ରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ବଜାର ଦର। ପରିସ୍ଥିତିର ଫାଇଦା ଉଠାଇବାରେ ଲାଗିଛନ୍ତି ଖୁଚୁରା ବ୍ୟବସାୟୀ। ଆଳୁ ଓ ପିଆଜର ପାଇକାରୀ ବିକ୍ରି ଦର ସହ ଖୁଚୁରା ଦରର ରହୁନି ତାଳମେଳ। ଯଦିବା ସରକାର ତାଲାବନ୍ଦ ଉଠାଇ ନିୟମ କୋହଳ କରିଛନ୍ତି ତଥାପି ବର୍ତ୍ତମାନର ବଜାର ଦର ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ସମୟର ଦରକୁ ଟପିଯାଇଛି। ବଜାରରେ ଚଢାଦରରେ ବିକ୍ରି ହେଉଛି ଆଳୁ ଓ ପିଆଜ। ଏହା ହେଉଛି ଖୋଦ୍‌ ବ୍ୟାବସାୟିକ ପେଣ୍ଠସ୍ଥଳ କଟକ ଓ ରାଜଧାନୀ ଭୁବନେଶ୍ବରର ବଜାର ସ୍ଥିତି। ଲଗାମହୀନ ହୋଇଯାଇଛି ସମ୍ପୂର୍ଣ୍ଣ ବଜାର ବ୍ୟବସ୍ଥା। ଉଭୟ ଆଳୁ ଏବଂ ପିଆଜ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେଉଛି। ବିଗତ ସପ୍ତାହକ ମଧ୍ୟରେ କିଲୋ ପିଛା ୫ ଟଙ୍କା ବୃଦ୍ଧି ଘଟିଥିବା ପିଆଜ ଦର ଏବେ ବଜାରରେ ଆକାଶଛୁଆଁ ହେବାରେ ଲାଗିଛି। ଅନ୍ୟପକ୍ଷେ ଟମାଟୋ ଦର ଏବେ ଏଥିରୁ ବାଦ୍‌ ପଡିନି। ବିଗତ ସପ୍ତାହକ ମଧ୍ୟରେ ବଜାରରେ ଟମାଟୋ କିଲୋ ପିଛା ୧୦ ଟଙ୍କା ବୃଦ୍ଧି ଘଟିଛିଓ। ନିକଟରେ ହୋଇଥିବା ଲଗାଣ ବର୍ଷା ଉତ୍ପାଦନକାରୀ ରାଜ୍ୟ ବିଶେଷ କରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବ୍ୟାପକ ଫସଲ ନଷ୍ଟ କରିଛି। ଏହି ଦୁଇ ରାଜ୍ୟରେ ଭୀଷଣ ବର୍ଷା ଯୋଗୁ ପ୍ରଥମ ଫସଲ ନଷ୍ଟ ହୋଇଯାଇଛି। ଏହାଛଡା ଦେଶରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ରାଜ୍ୟକୁ ଆଳୁ, ପିଆଜ ଏବଂ ଟମାଟୋ ଯୋଗାଣ କମୁଛି। ଏଥିଯୋଗୁ ବର୍ତ୍ତମାନ ଓଡ଼ିଶାକୁ ବିଶେଷ କରି ପିଆଜ ଆଉ ଟମାଟୋ ଯୋଗାଣ କେତେକାଂଶରେ କମ୍‌ ହୋଇଯାଇଥିବା କହିଛନ୍ତି ​‌ଦ୍ବୖେତ ନଗରୀର ବ୍ୟବସାୟୀ ।

ଅନ୍ୟପକ୍ଷରେ ଏଭଳି ପରିସ୍ଥିତିର ଫାଇଦା ଉଠାଇ ବେଙ୍ଗଲ ଏବଂ ମହାରା​‌ଷ୍ଟ୍ରର ବ୍ୟବସାୟୀମାନେ ମନଇଚ୍ଛା ଦର ବଢ଼ାଇବା ପରେ ବଜାରରେ ଆଳୁ ଓ ପିଆଜ ମହଙ୍ଗା ହେଉଛି। ମାତ୍ର ସପ୍ତାହକର ବ୍ୟବଧାନରେ ପିଆଜ କିଲୋ ପିଛା ୫ ଟଙ୍କା ବଢ଼ାଇଛନ୍ତି ବ୍ୟବସାୟୀ। ଶୁକ୍ରବାର ବଜାରରେ କି​‌​‌ଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ଭୁବନେଶ୍ବରର ହାଟ ବଜାରରେ ୩୫ ଟଙ୍କାରେ ବିକ୍ରି କରାଯାଇଛି। ଦୁଇ ମାସ ମଧ୍ୟରେ ପିଆଜ କି​‌ଲୋ ପିଛା ୧୫ ଟଙ୍କା ବଢ଼ିଛି। ସେହିଭଳି ସପ୍ତାହକ​‌​‌ରେ ଟମାଟୋ ଦର ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଗତ ଦୁଇ ମାସ ହେବ ବଜାରରେ ଆଳୁ କିଲୋ ୩୫ ଟଙ୍କାରେ ହିଁ ରହିଛି। ଏହାର ଦର ଖସିବାର ନାଁ ଧରୁନି। ​‌ଗୋ​ଟିଏ ପଟେ କଞ୍ଚା ପରିବା ଦର ଉଚ୍ଚା ରହିଥିବାବେଳେ ଆଳୁ ଓ ପିଆଜ ଦରରେ ଏଭଳି ବୃଦ୍ଧି ଏବେ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି ।

- Advertisement -

ରାଜଧାନୀର ପାଇକାରୀ ପେଣ୍ଠସ୍ଥଳ ଆଇଗିଣିଆଠାରେ ରବିବାର ଉଭୟ ଆଳୁ ଏବଂ ପିଆଜ କୁଇଣ୍ଟାଲ ପିଛା ୨୭୦୦-୨୮୦୦ ଟଙ୍କା ରହିଛି. କମ୍‌ ଯୋଗାଣର ପ୍ରଭାବରେ ଚାହିଦା ବଢ଼ିବା ଯୋଗୁ ଖୁଚୁରା ବଜାରରେ ପିଆଜ କିଲୋ ପିଛା ୩୫ ଟଙ୍କା ହୋଇଥିଲା। ପ୍ରାୟ ତିନିମାସ ତଳେ ଖାଉଟିଙ୍କୁ ଢ଼େର କନ୍ଦାଇଥିବା ପିଆଜ ଦର ଏବେ ପୁଣି ବଢ଼ିବା ଆରମ୍ଭ କରିଛି। ଆଜି ରାଜଧାନୀର ବଡଗଡ, ବ୍ରହ୍ମେଶ୍ବର ପାଟଣା ଏବଂ ରସୁଲଗଡସ୍ଥିତ କୋଚିଲାଇ ହାଟରେ ପିଆଜ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେଉଥିଲା। ଏ ସମ୍ପର୍କରେ କୁବେରପୁରୀ ବ୍ୟବସାୟରୀ ସଂଘର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହନ୍ତି, ଆଇଗିଣିଆକୁ ଉଭୟ ଆଳୁ ଏବଂ ପିଆଜ ଯୋଗାଣ ସ୍ବାଭାବିକ ରହିଛି। ଲଗାଣ ବର୍ଷା ଯୋଗୁଁ ବେଙ୍ଗଲ ଓ ନାସିକ୍‌ରେ ବ୍ୟବସାୟୀ ଆଳୁ ଓ ପିଆଜ ଦର ବଢ଼ାଉଛନ୍ତି। ତେଣୁ ଦର ଅଧିକ ରହୁଛି। ପ୍ରସଙ୍ଗ ଉପରେ ମତ ରଖି ଖାଉଟି ସ୍ବର୍ଣ୍ଣପ୍ରିୟା ମହାପାତ୍ର କହନ୍ତି, ବର୍ତ୍ତମାନ ଆମର ରୋଜଗାର ନାହିଁ ଆରପଟେ ତେଜରାତି ସହ ପନିପରିବା ଦର ଯାହା ଏଥିରେ ଚଳିବା ମୁସ୍କିଲ ହୋଇପଡିଲାଣି। ଏଭଳି ସମୟରେ ଆଳୁ ଓ ପିଆଜ ଦର ଉଚ୍ଚା ରହିବା ଯୋଗୁ ଘର ଚଳାଇବା କଷ୍ଟକର ହେଉଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories