www.samajalive.in
Saturday, December 6, 2025
26.1 C
Bhubaneswar

ଆଣ୍ଟାର୍କଟିକାରେ ଠାବ ଉଦ୍ଭିଦ ପ୍ରଜାତି ଭାରତ ନାମରେ ନାମିତ

ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକମାନେ ଆଣ୍ଟାର୍କଟିକାରେ ଏକ ପ୍ରକାର ଉଦ୍ଭିଦ ପ୍ରଜାତି ଆବିଷ୍କାର କରିଛନ୍ତି। ଏହାକୁ ‘ବ୍ରାୟମ ଭାରତିଏନ୍‍ସିସ’ ନାମରେ ନାମିତ କରାଯାଇଛି। ଭାରତ ଏବଂ ଆଣ୍ଟାର୍କଟିକାରେ ଥିବା ଭାରତର ଗବେଷଣା କେନ୍ଦ୍ର ଭାରତୀ ଅନୁଯାୟୀ ଏହାର ନାମ ରଖାଯାଇଥିବା ଜଣାଯାଇଛି। ପଞ୍ଜାବ ବିଶ୍ୱବିଦ୍ୟାଳୟର ମେରୁ ଜୀବ ବିଜ୍ଞାନୀମାନେ ୨୦୧୬-୧୭ରେ ଆଣ୍ଟାର୍କଟିକା ଅଭିଯାନରେ ଯାଇଥିଲେ। ସେହି ସମୟରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଫେଲିକ୍ସ ବାଷ୍ଟ ଆଣ୍ଟାର୍କଟିକାରେ ଭାରତୀ ଷ୍ଟେସନ ନିକଟରେ ଏକ ପଥର ଉପରେ ଏହି ଉଦ୍ଭିଦ ପ୍ରଜାତିକୁ ଠାବ କରିଥିଲେ। ଆଣ୍ଟାର୍କଟିକାର ପୂର୍ବ ଭାଗରେ ଲାର୍ସମ୍ୟାନ ପର୍ବତ ନିକଟରେ ଏହାକୁ ଆବିଷ୍କାର କରାଯାଇଥିଲା।
ବାଷ୍ଟ ଉକ୍ତ ଉଦ୍ଭିତର ନମୁନା ସଂଗ୍ରହ କରି ତାହାକୁ ଅଧିକ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟକୁ ଆଣିଥିଲେ। ଏହି ଉଦ୍ଭିଦ ଯବକ୍ଷାରଜାନ ସହିତ ପଟାସିୟମ, ଫସଫରସ, ସୂର୍ଯ୍ୟକିରଣ ଏବଂ ଜଳ ଆବଶ୍ୟକ କରୁଥିବାରୁ ଏହି ଉଦ୍ଭିଦ ସେଠାରେ ଏକ ପଥର ଉପରେ ଏବଂ ବରଫାବୃତ ସ୍ଥାନରେ କିଭଳି ବଞ୍ଚି ରହିଥିଲା ତାହାକୁ ନେଇ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ ଆଣ୍ଟାର୍କଟିକାରେ ଛଅମାସ ପ୍ରବଳ ଥଣ୍ଡା ଅନୁଭୂତ ହେବା ଏବଂ ତାପମାତ୍ରା ବିଯୁକ୍ତ ୭୬ ଡିଗ୍ରୀ ସେଲସିୟସରେ ପହଞ୍ଚିଯାଉଥିବା ଏବଂ ସୂର୍ଯ୍ୟକରିଣ ପଡୁନଥିବା ସମୟରେ ସମ୍ଭବତଃ ଏହି ପ୍ରଜାତିର ଉଦ୍ଭିଦ ଶୁଷ୍କ ହୋଇ ନିଷ୍କ୍ରିୟ ଅବସ୍ଥାରେ ବସ୍ତୁତଃ ଏକ ମଞ୍ଜି ଭାବରେ ରହିଯାଉଥିବା ଏବଂ ପରବର୍ତ୍ତୀ ସମୟରେ ସେଥିରୁ ପୁଣି ଗ୍ରୀଷ୍ମ ଋତୁରେ ଗଜା ବାହାରୁଥାଇପାରେ। ତାପମାତ୍ରା ବୃଦ୍ଧି କାରଣରୁ ସଂପ୍ରତି ଆଣ୍ଟାର୍କଟିକାର ଅନେକ ସ୍ଥାନରେ ସବୁଜ ଅଞ୍ଚଳ ଦୃଶ୍ୟମାନ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ ଆଣ୍ଟାର୍କଟିକାରେ ଭାରତର ମୈତ୍ରୀ ଓ ଭାରତୀ ନାମରେ ଦୁଇଟି କେନ୍ଦ୍ର ରହିଛି ଏବଂ ସେଗୁଡିକୁ ବର୍ଷସାରା କାର୍ଯ୍ୟକ୍ଷମ ରହୁଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories