www.samajalive.in
Monday, December 8, 2025
27.1 C
Bhubaneswar

ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ବିମାନ, ଭୁବନେଶ୍ବରରେ ଯାତ୍ରୀଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ବର: ଆଜିଠାରୁ ସିଧାସଳଖ ଓଡ଼ିଶାରୁ ଦୁବାଇକୁ ବିମାନ ସେବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଦୁବାଇରୁ ଆସି ଭୁବନେଶ୍ବରରେ ପହଞ୍ଚିଲା ଇଣ୍ଡିଗୋ ବିମାନ। ୧୭୪ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ବରରେ ପହଞ୍ଚିଲା ବିମାନ। ଏହାର କିଛି ସମୟ ପରେ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡ଼ାଣ କରିବ। ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡ଼ାଣ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଦୁବାଇରୁ ସିଧାସଳଖ ଭାବେ ବିମାନ ଓଡ଼ିଶା ଆସିଛି। ବିନା ରହଣିରେ ଭୁବନେଶ୍ବର ବିମାନବନ୍ଦରରେ ୧୭୦ ଜଣ ଯାତ୍ରୀ ପହଞ୍ଚିଥିଲେ। ସାଢେ ଚାରି ଘଣ୍ଟାର ଯାତ୍ରା ପରେ ସମସ୍ତେ ଭୁବନେଶ୍ବରରେ ପହଞ୍ଚିଥିବା କହିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ଫୁଲ, ଚନ୍ଦନ ଓ ମହାପ୍ରସାଦ ଦେଇ ସ୍ବଗତ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏହି ବିମାନରେ ଜଣେ ପୁରୁଷ ଓ ଜଣେ ମହିଳା ପାଇଲଟ୍ ରହିଥିଲେ । ସିଧାସଳଖ ବିମାନସେବା ଆରମ୍ଭ ହୋଇଥିବାରୁ ସମସ୍ତ ଯାତ୍ରୀ ଖୁସି ପ୍ରକାଶ କରିଛନ୍ତି।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories