www.samajalive.in
Friday, December 5, 2025
20.1 C
Bhubaneswar

ଶାପର ସୁଫଳ

ବୃତ୍ରାସୁରର ବଧ ପାଇଁ ନିଜର ଅସ୍ଥିଦାନ କରିଥିବା ଦଧୀଚିଙ୍କର ଶିବଦର୍ଶନ ନାମକ ପୁଅ ଥିଲେ। ଦଧୀଚି ପରମ ଶିବଭକ୍ତ ଥିଲେ, ହେଲେ ପୁଅ ପିତାଙ୍କ ଭୟରେ ଅନିଚ୍ଛାରେ ଶିବପୂଜା କରୁଥିଲେ। ଶିବଦର୍ଶନଙ୍କୁ ପତ୍ନୀ ଅନେକ ବୁଝାଇଥିଲେ। ହେଲେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଏକଦା କାର୍ଯ୍ୟ ଉପଲକ୍ଷେ ଦଧୀଚି ବାହାରକୁ ଯାଇଥିଲେ। ପୁଅ ଶିବଦର୍ଶନଙ୍କୁ ତାଗିଦ କରି କହିଯାଇଥିଲେ ସୂ​‌େ​‌ର୍ଯ୍ୟାଦୟ ସମୟରେ ଭଗବାନ ଶିବଙ୍କର ପୂଜା ଅବଶ୍ୟ କରିବାକୁ ହେବ। ଦଧୀଚି ଚାଲିଯାଇଥିଲେ। ପରବର୍ତ୍ତୀ ଦିନ ଶିବଦର୍ଶନ ଅଳସୁଆମି ଯୋଗୁ ବିଳମ୍ବରେ ଶଯ୍ୟାତ୍ୟାଗ କରିଥିଲେ। ତରବର ହୋଇ ସ୍ନାନସାରି ପୂଜା କରିଥିଲେ। ତାଙ୍କର ଆନ୍ତରିକତାବିହୀନ ପୂଜାବିଧି ଦେଖି ଭଗବାନ ଶିବ କ୍ରୋଧିତ ହେଲେ। ଶାପ ଦେଇଥିଲେ- ‘ତୁ ଜଡ଼ ହୋଇଯା’ ସବୁ ଦେଖି ପାରିବୁ, କିନ୍ତୁ କହି ପାରିବୁ ନାହିଁ।’
ଦଧୀଚି କାର୍ଯ୍ୟସଂପନ୍ନ କରି ଫେରିଥିଲେ। ପୁଅର ଦୁର୍ଦଶା ଅବଲୋକନ କରି ଦୁଃଖରେ ଭାଙ୍ଗି ପଡ଼ିିଲେ। ଶିବଦର୍ଶନଙ୍କ ପତ୍ନୀ ଦୁକୁଳା ସମସ୍ତ ବୃତ୍ତାନ୍ତ କହିଥିଲେ। ପୁତ୍ରବଧୂ ଦୁକୁଳାଙ୍କଠାରୁ ଶିବଦର୍ଶନଙ୍କର ଦୁର୍ଦଶାର କାରଣ ଜାଣିବାପରେ ମ୍ରିୟମାଣ ହୋଇ ଅନ୍ନଜଳ ତ୍ୟାଗ କରିଦେଇଥିଲେ। ଏକନିଷ୍ଠ ଭାବରେ ଶିବଙ୍କ ପୂଜାରେ ମଗ୍ନ ରହିଲେ ଦଧୀଚି। ଶାପଦାତା ଶିବଙ୍କ କୃପାଲାଭ ନିମନ୍ତେ। ଶିବଶଙ୍କର ପ୍ରସନ୍ନ ହୋଇ ଏକମାସ ବ୍ୟାପୀ ପୁଅକୁ ଶିବଲିଙ୍ଗ ଉପରେ ଢଳା ଯାଉଥିବା ଜଳ ପିଇବାକୁ ଦେବାସହ ତାଙ୍କୁ ନୈବେଦ୍ୟ ଭାବରେ ଅର୍ପଣ କରାଯାଉଥିବା ଖାଦ୍ୟ ଦେବାକୁ କହିଥିଲେ। ଦଧୀଚି ସେହି ନିର୍ଦେଶ ମାନିଥିଲେ। ମାସେ ପରେ ଶିବଦର୍ଶନ ସ୍ବାଭାବିକ ଅବସ୍ଥାକୁ ଆସିଥିଲେ। ଏହି ସମୟରେ ଅଚାନକ ତାଙ୍କ ମୁହଁରୁ ‘ଓଁ ନମଃ ଶିବାୟ’ ଉଚ୍ଚାରିତ ହୋଇଥିଲା। ଦଧୀଚି ପୁଅର ନୂଆ ନାମ ରଖିଥିଲେ ବଟୁକ।

ନବଜନ୍ମ ପାଇବାପରେ ବଟୁକ ଆଳସ୍ୟ ତ୍ୟାଗ କରି ଶିବପୂଜାରେ ମଗ୍ନ ରହିଲେ। ଏହି ସମୟରେ ସନ୍ତାନ ପ୍ରାପ୍ତି ନିମନ୍ତେ ଭଦ୍ରକ ନାମକ ଜଣେ ରାଜା ଯଜ୍ଞ କରିଥିଲେ। ଯଜ୍ଞ ସ୍ଥଳରେ ଏକ ଧ୍ବଜା ଉଡ଼ୁଥିଲା। ଯାଜ୍ଞିକ ବ୍ରାହ୍ମଣ ମତ ଦେଇଥିଲେ ବିଦ୍ବାନ, ବେଦଜ୍ଞ, ପରମ ସାତ୍ତ୍ବିକ ବ୍ରାହ୍ମଣଙ୍କ ଦ୍ବାରା ଆହୁତି ପ୍ରଦାନ କଲେ ପତାକା ସ୍ବୟଂ ଖସି ପଡ଼ିବ। ପତାକା ଖସିଲେ ଯଜ୍ଞର ଉଦ୍ଦେଶ୍ୟ ସାଧିତ ହେବ।
ଯଜ୍ଞ ଚାଲିଥାଏ। କିଛିଦିନ ପର୍ଯ୍ୟନ୍ତ ଧ୍ବଜା ନ ଖସିବାରୁ ରାଜା ଚିନ୍ତିତ ହୋଇପଡ଼ିଲେ। ଯଜ୍ଞର ଉଦ୍ଦେଶ୍ୟ ବିଫଳ ହେବା ଆଶଙ୍କାରେ ସେଦିନ ରାଜା ଗଙ୍ଗାତୀରରେ ବିଷଣ୍ଣ ଅବସ୍ଥାରେ ବୁଲୁଥାନ୍ତି। ବଟୁକ ପୂଜା ନିମିତ୍ତ ଗଙ୍ଗାଜଳ ନେବାକୁ ଆସିଥାନ୍ତି। ସଂଯୋଗବଶତଃ ରାଜା ତାଙ୍କୁ ଦେଖି ଆହୁତି ଦେବାକୁ ନିବେଦନ କରିଥିଲେ। ରାଜାଙ୍କ ଆଗ୍ରହାତିଶଯ୍ୟ ଲକ୍ଷ୍ୟକରି ବଟୁକ ଯଜ୍ଞସ୍ଥଳକୁ ଯାଇ ମନ୍ତ୍ରପଢ଼ି ଆହୁତି ଦେଇଥିଲେ। ଚାହୁଁଚାହୁଁ ଧ୍ବଜା ଖସିଥିଲା। ଉପସ୍ଥିତ ସମସ୍ତେ ବଟୁକଙ୍କର ଜୟଜୟକାର କରିଥିଲେ। ଶିବଶଙ୍କର ଯଜ୍ଞସ୍ଥଳରେ ପ୍ରକଟ ହୋଇ କହିଥିଲେ- ‘ଯଜ୍ଞ ବଟୁକଙ୍କ ପ୍ରଭାବରୁ ସଫଳ ହୋଇଛି। ରାଜା ଭଦ୍ରକଙ୍କୁ ନିଶ୍ଚୟ ଗୁଣବାନ ପୁତ୍ର ପ୍ରାପ୍ତି ହେବ। ଭବିଷ୍ୟତରେ ଯଦି କେହି ଯଜ୍ଞ କରନ୍ତି, ବଟୁକଙ୍କ ପୂଜା ନିଶ୍ଚୟ କରିବେ।’ ଶିବଶଙ୍କରଙ୍କ ଆଶୀର୍ବାଦ କାରଣରୁ ମୂକ ବଟୁକ ପୂଜନୀୟ ହୋଇଯାଇଥିଲେ ସବୁଦିନ ପାଇଁ। କର୍ମ ହିଁ ତାଙ୍କୁ ଏଭଳି ଆସନରେ ଆସୀନ କରାଇଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories