କମ୍ପାନୀ ନିଜ କର୍ମଚାରୀଙ୍କୁ ଦେଲା ଏପରି ଉପହାର
ବ୍ରିଟେନ୍ର ଏକ ବଡ଼ କମ୍ପାନୀ ‘ୟୋକ୍ ରିକ୍ରୁଟମେଣ୍ଟ’। ଏହି କମ୍ପାନୀର ଘୋଷଣାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ୨୦୨୦ରେ କରୋନା ଆରମ୍ଭ ସମୟରେ ବଡ଼ବଡ଼ କମ୍ପାନୀ ‘ଘରୁ କାମ’ କରିବାର ନୂଆ ନିୟମ କଲେ। ଏହି କମ୍ପାନୀ ମଧ୍ୟ ସେଇ ନିୟମକୁ ପାଳନ କଲା। ସେଠିକାର ସମସ୍ତ କର୍ମଚାରୀ ଦିନରାତି ପରିଶ୍ରମ କରି ମାଲିକଙ୍କୁ ଗଲା ୨ ବର୍ଷରେ ଯଥେଷ୍ଟ ଲାଭବାନ୍ କରାଇଛନ୍ତି। କମ୍ପାନୀର ସିସିଓ ପବନ ଅରୋଡା କହିଛନ୍ତି ପରିଚାଳନା ମଣ୍ଡଳୀ ଏହି ଲାଭାଂଶର ସମସ୍ତ ଶ୍ରେୟ କର୍ମଚାରୀଙ୍କୁ ଦେଇଛନ୍ତି।
ଏଥରକ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସେଠି ଉଚ୍ଚପଦରେ କାର୍ଯ୍ୟରତ କେତେଜଣ ଅଧିକାରୀଙ୍କ ସହ ଅନ୍ୟ ୫୫ଜଣ କର୍ମଚାରୀଙ୍କୁ ବିଦେଶ ଗସ୍ତ କରାଯିବାର ଯୋଜନା ପ୍ରସ୍ତୁତ ହେଉଛି। ଏହି ବିଦେଶ ଭ୍ରମଣରେ କର୍ମଚାରୀଙ୍କ ପାଇଁ କମ୍ପାନୀ ୧କୋଟିରୁ ଅଧିକ ଟଙ୍କା କରୁଛି। ସିସିଓ ପବନଙ୍କ କହିବାନୁସାରେ, କରୋନାର ଭୟାବହତା ବଢ଼ୁଥିବାବେଳେ ଏହି କର୍ମଚାରୀମାନେ ଦିନରାତି ପରିଶ୍ରମ କରିଥିଲେ। ତେଣୁ ଏଭଳି ଉପହାର ଭେଟିରେ ସେମାନେ ଆଦୌ କାର୍ପଣ୍ୟତା କରିବେନାହିଁ।
Comments are closed.