www.samajalive.in
Wednesday, December 10, 2025
18.1 C
Bhubaneswar

ଯୁବକଙ୍କୁ କୁରାଢ଼ୀରେ ଆକ୍ରମଣ; ଅଭିଯୁକ୍ତ ଗିରଫ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତର କରଡ଼ାପାଳ ଗ୍ରାମରେ ବୁଧବାର ରାତିରେ କୁରାଢ଼ୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ସେହି ଗ୍ରାମର ବିରଞ୍ଚି ମହାନ୍ତ(୪୨) ବୋଲି ଜଣାପଡ଼ିଛି। ଗୁରୁବାର ସକାଳେ ଗୁରୁତରଙ୍କୁ ପରିବାର ଲୋକେ ଅଗ୍ନିଶମ ଗାଡ଼ି ଯୋଗେ ଚିକିତ୍ସା ପାଇଁ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ କେନ୍ଦୁଝର ଜିଲ୍ଲା ଘଷିପୁରା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସେଠାରୁ କଟକ ବଡ ମେଡିକାଲ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରାତିରେ ଗ୍ରାମର ଚନ୍ଦ୍ର ହୋଙ୍କ ଘରେ ବିରଞ୍ଚି ଓ ଚନ୍ଦ୍ର ବସି ମଦ ପିଇଥିଲେ। ପରେ ସେଠାରେ ରାତି ପ୍ରାୟ ୯ ଟାରୁ ୧୦ଟା ଭିତରେ କୌଣସି କାରଣବସତଃ ଚନ୍ଦ୍ର ବିରଞ୍ଚିଙ୍କ ଗୋଡ଼କୁ କୁରାଢ଼ୀରେ ହାଣିବା ସହ ଗୋଡ଼କୁ ସେହି କୁରାଢ଼ୀରେ ଛେଚି ଦେଇଥିଲେ। ଆକ୍ରମଣରେ ବିରଞ୍ଚି ଗୁରୁତର ହୋଇଥିଲେ। ଘଟଣା ପରେ ସାହି ପଡୋଶୀମାନେ ବିରଞ୍ଚିଙ୍କୁ ଉଦ୍ଧାର କରି ଆନନ୍ଦପୁର ଅଗ୍ନିଶମକୁ ଖବର ଦେଇଥିଲେ। ଗୁରବାର ସକାଳେ ଗୁରୁତର ବିରଞ୍ଚିଙ୍କ ପିତା କୃଷ୍ଣଚନ୍ଦ୍ର ମହାନ୍ତ ଏ ସମ୍ପର୍କରେ ମହୁଲଡ଼ିହା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ କେସ୍ ନମ୍ବର ୫୭ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ପୁଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ଚନ୍ଦ୍ର ହୋ(୬୮)ଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories