www.samajalive.in
Friday, December 12, 2025
19.1 C
Bhubaneswar

ଆତଙ୍କବାଦୀଙ୍କ ବାର୍ତ୍ତାଳାପର ଅଡିଓ ଟେପ୍ : ଦୁଇ ଦିନରେ ପହଞ୍ଚିବୁ

ଜମ୍ମୁ: ଜମ୍ମୁ ସହରର ସତବାରୀ ଅଞ୍ଚଳ ଅନ୍ତର୍ଗତ ମକୱାଲ ସୀମାନ୍ତରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା କରାଯାଉଛି। ଜୈଶ-ଏ-ମହମ୍ମଦର ୩ ଜଣିଆ ଆତଙ୍କବାଦୀ ସୀମାନ୍ତରେ ଛପି ରହିଛନ୍ତି। ସେମାନେ ଦୁଇରୁ ତିନି ଦିନ ମଧ୍ୟରେ ଆକ୍ରମଣ କରି ପାରନ୍ତି। ସେମାନଙ୍କ ଟାର୍ଗେଟରେ ଜମ୍ମୁର ବିମାନ ବନ୍ଦର ଏବଂ ଏୟାର ଫୋର୍ସ ଷ୍ଟେସନ ରହିଛି। ଏହା ସହ ନିକଟରେ ଥିବା ସେନାର ହସ୍ପିଟାଲ ଏବଂ କ୍ୟାମ୍ପ ଉପରକୁ ମଧ୍ୟ ଟାର୍ଗେଟ କରିପାରନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସୀମାନ୍ତ ନିକଟରେ ତିନି ଜଣ ଆତଙ୍କବାଦୀଙ୍କ ବାର୍ତ୍ତାଳାପ ରେକର୍ଡ କରାଯାଇଛି। ଆମେ ପହଞ୍ଚି ଯାଉଛୁ, ଆଉ ଦୁଇ ତିନି ଦିନ ମଧ୍ୟରେ ଠିକଣା ସ୍ଥାନରେ ପହଞ୍ଚି ଯିବୁ। ମକୱାଲ ସୀମାନ୍ତ ଜମ୍ମୁଠାରୁ ମାତ୍ର ୬ରୁ ୭କିମି ଦୂର ରହିଛି। ବିମାନବନ୍ଦର, ଏୟାର ଫୋର୍ସ ଷ୍ଟେସନ, ସେନାଙ୍କ ହସ୍ପିଟାଲ ଏବଂ ସେନା କ୍ୟାମ୍ପ ମାତ୍ର ୩ରୁ ୪ କିମି ମଧ୍ୟରେ ରହିଛି। ମକୱାଲ ସୀମାନ୍ତକୁ ଲାଗି ନିକ୍କି ତବୀ ଅଞ୍ଚଳ ରହିଛି। ଯାହା ପାକିସ୍ତାନ ସହ ମିଶି ରହିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories