www.samajalive.in
Sunday, December 14, 2025
26.1 C
Bhubaneswar

ସେନା ଗାଡ଼ିକୁ ଆତଙ୍କବାଦୀଙ୍କ ଗୁଳିମାଡ଼

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ରଜୌରୀ ଅନ୍ତର୍ଗତ ସୁନ୍ଦରବନି ଅଞ୍ଚଳରେ ବୁଧବାର ସେନା ଗାଡ଼ି ଉପରେ ଆକ୍ରମଣ ହୋଇଛି। ସୁନ୍ଦରବନିର ଫଲ ଗ୍ରାମ ନିକଟ ନେଇ ଯବାନମାନେ ଗାଡ଼ିରେ ଯାଉଥିବାବେଳେ ଆତଙ୍କବାଦୀମାନେ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଏହି ଘଟଣା​‌ରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ସୂଚନା ଅନୁସାରେ, ଆତଙ୍କବାଦୀମାନେ ନିକଟ ଜଙ୍ଗଲରେ ଲୁଚି ରହିଥିଲେ। ସେହିବାଟ ଦେଇ ଯବାନଙ୍କ ଗାଡ଼ି ଯିବା ସମୟରେ ଗୁଳିମାଡ଼ କରିଥିଲେ। ଫଳରେ ଯବାନମାନଙ୍କ ପକ୍ଷରୁ ଆତଙ୍କବାଦୀଙ୍କ ଉପରକୁ ପାଟଲା ଗୁଳିମାଡ଼ କରାଯାଇଥିଲା। ଯାହାଫଳରେ ଆତଙ୍କୀମାନେ ଜଙ୍ଗଲ ଭିତରକୁ ପଳାଇଥିଲେ। ସୂଚନାଯୋଗ୍ୟ, ଫଲ ଗ୍ରାମ ନିକଟ ଜଙ୍ଗଲ ନେଇ ଅଧିକାଂଶ ସମୟରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥାଆନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories