www.samajalive.in
Wednesday, December 10, 2025
18.1 C
Bhubaneswar

ଛାନପୋରାରେ ଆତଙ୍କବାଦୀଙ୍କ ଆକ୍ରମଣ, ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଛାନପୋରା ଅଞ୍ଚଳରେ ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଛି। କିଛି ଆତଙ୍କବାଦୀ ଯବାନମାନଙ୍କ ଉପରକୁ ଗୁଳି କରିବା ଫଳରେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନ ଜଣକ ହେଉଛନ୍ତି ମନୋଜ କୁମାର ଯାଦବ। ଘଟଣା ପରେ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବାବେଳେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

ଏହା ପୂର୍ବରୁ ଗତ ଶୁକ୍ରବାର ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲାର ରାଖୀ ହାଜିନ ନିକଟରୁ ସୁରକ୍ଷାକର୍ମୀଙ୍କ ମିଳିତ ଟିମ୍‌ ଲଶ୍କର ଆତଙ୍କବାଦୀ ସଂଗଠନର ୩ ଆତଙ୍କୀଙ୍କୁ ଗିରଫ କରିଥିଲେ। ସେମାନଙ୍କଠାରୁ ୩ଟି ଗ୍ରେନେଡ୍‌, ଗୋଟିଏ ଏକେ-୪୭ ମାଗାଜିନ ଏବଂ ୨୧ଟି ଗୁଳି ଜବତ ହୋଇଥିଲା।

- Advertisement -

ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ୧୩ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫର ୪୫ତମ ବାଟାଲିଅନର ମିଳିତ ଟିମ୍‌ ରାଖୀ ହାଜିନରେ ସୁରକ୍ଷା ଅଭିଯାନ ଚଳାଇଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ୩ ସହଯୋଗୀ ଆତଙ୍କୀ ଗିରଫ ହୋଇଥିଲେ। ସେମାନେ ହେଲେ ବଶୀର ଅହମ୍ମଦ ମୀର୍‌, ଇରଫାନ ଅହମଦ ଭଟ୍ଟ ଏବଂ ହିଲାଲ ଅହମଦ ପାରେ। ସମସ୍ତଙ୍କ ଘର ହାଜିନ୍‌ ଅଞ୍ଚଳରେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories