ଭୁବନେଶ୍ଵର: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜଧାନୀ ଭୁବନେଶ୍ଵରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି । ଗୁରୁବାର ଝାରସୁଗୁଡାରେ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ସେଲସିୟସ ରହିଛି । ସେହିଭଳି ସମ୍ବଲପୁରରେ ୪୨ ଡିଗ୍ରୀ, ହୀରାକୁଦରେ ୪୧.୬, ରାଉରକେଲାରେ ୪୦.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ଭୁବନେଶ୍ବରରେ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ ଥିବାବେଳେ ଚାନ୍ଦବାଲିରେ ୩୭.୬ ଡିଗ୍ରୀ ସେଲସିୟସ ରହିଥିଲା ।
Popular Categories



