www.samajalive.in
Wednesday, December 10, 2025
26.1 C
Bhubaneswar

ବଜାରକୁ ଆସିଲା ନୋକିଆ ୩.୧ଆଣ୍ଡ୍ରୋଏଡ ଫୋନ

ଏଚଏମ୍‍ଡି ଗ୍ଲୋବାଲ କମ୍ପାନୀ ତରଫରୁ ଭାରତୀୟ ବଜାରକୁ ଆସିଛି ନୋକିଆ ୩.୧ ଆଣ୍ଡ୍ରୋଏଡ ଫୋନ୍‍। ଭାରତ ପୂର୍ବରୁ ଏହି ଫୋନ୍‍କୁ ମସ୍କୋ ବଜାରରେ ପ୍ରବେଶ କରିସାରିଛି। ନୋକିଆ ୩.୧ ଫୋନର ସ୍ୱତନ୍ତ୍ର ବିଶେଷତ୍ୱ ହେଉଛି, ଫୋନରେ ଆଣ୍ଡ୍ରୋଏଡ ୱାନ ସହିତ ୧୮:୯ଆସ୍ପେକ୍ଟ ରେସିୟୋ ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି। ଏହା ବ୍ୟତିତ ଫୋନରେ ୨୯୯୦ଏମଏଚର ବ୍ୟାଟେରୀ ରହିଛି। ତିନି ବର୍ଷ ପାଇଁ ମାସିକ ସୁରକ୍ଷା ଅପଡେଟ ମିଳିପାରିବ। ଚଳିତ ବର୍ଷ ନୋକିଆ ୩.୧କୁ ନୋକିଆ ୨.୧ ଏବଂ ୫.୧ ଫୋନ ସହିତ ମସ୍କୋରେ ଲଞ୍ଚ କରାଯାଇଥିଲା।
ଭାରତରେ ନୋକିଆ ୩.୧ର ମୂଲ୍ୟ
ଭାରତରେ ନୋକିଆ ୩.୧ର ମୂଲ୍ୟ ୧୦,୪୯୯ଟଙ୍କା ରଖାଯାଇଛି। ଏହି ଫୋନ ନୀଳ, କଳା, ଧଳା, ଆଇରନ୍‍ ଭଳି ରଙ୍ଗରେ ଉପଲବ୍ଧ ହେବ। ଜୁଲାଇ ମାସ ୨୧ତାରିଖ ଶନିବାର ଠାରୁ ନୋକିଆ ଅନଲାଇନ ଷ୍ଟୋର, ପେଟିଏମ୍‍ ଏବଂ ମଲ୍‍ରୁ ଏହି ଫୋନ କିଣିପାରିବେ। ଯଦି ଆପଣ ପେଟିଏମ୍‍ ମଲର କ୍ୟୁଆର କୋଡ ସ୍ମାନ୍‍ କରି ଟଙ୍କା ପେମେଣ୍ଟ କରନ୍ତି ତେବେ ଆପଣ ୧୦ପ୍ରତିଶତ କ୍ୟାସ୍‍ ବ୍ୟାକ ପାଇପାରିବେ, ଏହା ସହିତ ଆପଣଙ୍କୁ ଫିଲ୍ମ ଦେଖିବାପାଇଁ ୨୫୦ଟଙ୍କାର କ୍ୟାସ୍‍ ଭାଉଚର ମିଳିବ, ଯେଉଁଥିରେ ଆପଣ ୨ଟି ଟିକଟ ସହିତ ରିଡିମ କରାଯିବ, କିନ୍ତୁ ଏଥିପାଇଁ ପେଟିଏମ୍‍ରୁ ଟିକଟ ବୁକ କରିବାକୁ ପଡିବ। ଯଦି ଆପଣ ଆଇସିଆଇସିଆଇ କ୍ରେଡିଟ ଏବଂ ଡେବିଟ କାର୍ଡରେ ପେମେଣ୍ଟ କରିବେ ତେବେ ୫ପ୍ରତିଶତ କ୍ୟାସବ୍ୟାକ୍‍ ପାଇପାରିବେ। ଏହି ଫୋନ ପାଇଁ ଆଇଡିଆ କମ୍ପାନୀ ତରଫରୁ ମଧ୍ୟ କିଛି ଅଫର ଦିଆଯିବ।
ନୋକିଆ ୩.୧ଫୋନର ବିଶେଷତ୍ୱ
ଏହି ଫୋନରେ ଆଣ୍ଡ୍ରୋଏଡ ଫୋନ ଆଧାରିତ ଆଣ୍ଡ୍ରୋଏଡ ଓରିୟୋ ୮.୦ ମିଳିବ। ଏହା ବ୍ୟତୀତ ଏଥିରେ ୫.୨ଇଞ୍ଚ୍‍ ର ଏଚଡି ପ୍ଲସ ଡିସପ୍ଲେ ରହିଛି। ଏଥିରେ ଆପଣ ଗୋରିଲା ଗ୍ଲାସ ପାଇପାରିବେ। ୨ଜିବି ଏବଂ ୩ଜିବି ରାମ ମଧ୍ୟ ପାଇପାରିବେ। ଏହାସହ ୧୬ଜିବି/୩୨ ଜିବିର ଷ୍ଟୋରେଜ ମିଳିବ ଯାହାକୁ ୧୨୮ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ନୋକିଆ ୩.୧ର କ୍ୟାମେରା
ଏହାର ଆଗପଟେ ୮ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି ଏବଂ ପଛପଟେ ୧୩ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି। ଦୁଇଟି ଯାକ କ୍ୟାମେରାରେ ଏଲଇଡି ଫ୍ଲାସ ଲାଇଟ୍‍ ସୁବିଧା ରହିଛି। ସଂଯୋଗ ପାଇଁ ୪ଜି ଏଲଟି, ୱାଇ-ଫାଇ, ବ୍ଲୁଟୁଥ ୫.୦, ଜିପିଏସ, ୟୁଏସବି ଏବଂ ୩.୧ ଏମଏଚର ହେଡ ଫୋନ ଜ୍ୟାକ ରହିଛି। ଏହି ଫୋନଟିର ଓଜନ ୧୩୮.୩ଗ୍ରାମ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories