www.samajalive.in
Wednesday, December 10, 2025
26.1 C
Bhubaneswar

କଟକ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ଗୁରୁ ସମ୍ମାନ ସମାରୋହ

କଟକ: ଗୁରୁ ଦିବସ ଏକ ସଂକଳ୍ପ ଓ ସାଧନାର ଦିନ। ଦେଶର ପ୍ରଗତିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାଇଲ ଖୁଣ୍ଟ ସଦୃଶ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଆଜି କଟକ ବାରବାଟି ଷ୍ଟାଡିୟମ ସ୍ଥିତ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ କଟକ ଜୋନ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ସମୂହର ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାମଲ କହିଛନ୍ତି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତ୍ୟାଗ, ଏକାଗ୍ରତା ଓ କର୍ତ୍ତବ୍ୟ ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରଣିଧାନ ଯୋଗ୍ୟ।

ଅଣାୟତ୍ତ ହେବକି ରେଭେନ୍ସା, କ୍ୟାମ୍ପସରେ ସୁରକ୍ଷା ପାଇଁ ପୁଲିସ ସହାୟତା ଲୋଡିଲେ ରେଜିଷ୍ଟ୍ରାର

- Advertisement -

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ବର୍ଷରେ ଆୟୋଜିତ ଏହି ଗୁରୁ ସମ୍ମାନ ସମାରୋହରେ ମୁଖ୍ୟ ବକ୍ତା ଭାବେ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ପରିଚାଳନା ନିର୍ଦ୍ଦେଶକ ଡଃ ଜି. ଏସ. ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ନିର୍ଦ୍ଦେଶକ ଡଃ ପ୍ରଭୁ ଚରଣ ମହାନ୍ତି, ପ୍ରଶାସକ ଡଃ ଜି. ଏସ ପଣ୍ଡା ଓ କର୍ପୋରେଟ ମୁଖ୍ୟ ସମ୍ୟକ ମହାନ୍ତି ଯୋଗ ଦେଇଥିଲେ। ସମାରୋହରେ ସମସ୍ତ ବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଗୁରୁ ବନ୍ଦନା ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରିୟଦର୍ଶୀ ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଛାତ୍ରୀ ଅସ୍ମିରା ଖାତୁନ ତାଙ୍କ ଜୀବନରେ ଗୁରୁଦିବସର ମହତ୍ତ୍ଵ ସମ୍ପର୍କରେ କହିଥିଲେ। ବିଦ୍ୟାଳୟର କୁନି ଛାତ୍ରୀ ବିନାପ୍ସା କାନୁନଗୋ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ରୂପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଜାଇଥିଲା।

ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ଉଦବେଗଜନକ – ସେନାକୁ ପ୍ରସ୍ତୁତ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ଏହି ଅବସରରେ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରିଚାଳନା ସମିତି ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ସମାଜ ଗଠନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅକୁଣ୍ଠ ସହଯୋଗକୁ ଭୂୟସୀ ପ୍ରଶଂସା କରାଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories