www.samajalive.in
Tuesday, December 9, 2025
16.1 C
Bhubaneswar

ଶନି-ରାହୁ କେତୁ ଗଲେ, ଏଥର ଦଳ ଉଧେଇବ : ତାରା ପ୍ରସାଦ ବାହୀନୀ ପତି

ଲକ୍ଷ୍ମୀପୁର : ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ସପତ୍ନୀକ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଓ୍ବାଇ କୁଲେସିକାଙ୍କ ସହିତ ତାଙ୍କର ସମର୍ଥକ ମାନଙ୍କ ସହିତ ଭୁବନେଶ୍ବର ଯାଇ ବୁଧବାର ବିଜୁ ଜନତା ଦଳରେ ମିଶିଛନ୍ତି । ତେବେ ତାଙ୍କର ଯାହାଙ୍କ ସହିତ ବାଦ ବିବାଦ ଲାଗିଥିଲା ଓ ସେ ଯାହାଙ୍କ ପାଇଁ ଦଳ ଛାଡ଼ିବେ ବୋଲି କହି କଂଗ୍ରେସରୁ ଅଳ୍ପ କିଛି ଦିନ ତଳେ ଇସ୍ତଫା ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ଜୟପୁର ବିଧାୟକ ତାରାପ୍ରସାଦ (ଭାଲୁ) ବାହିନୀ ପତିଙ୍କୁ ଏନେଇ ପଚାରିବାରୁ ସେ କହିଲେ କଂଗ୍ରେସରେ ଶନି, ରାହୁ, କେତୁ ଥିଲେ । ଯେଉଁଥିପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଆଗକୁ ଯାଇ ପାରୁ ନଥିଲା, ତେବେ ଏମାନେ ଗଲା ପରେ କଂଗ୍ରେସ ନିଶ୍ଚିତ ଭଲ କରିବ ବୋଲି ଶ୍ରୀ ବାହିନୀ ପତି କହିଛନ୍ତି । ଏପରିକି ବିଜେଡି ପ୍ରତି ଦୁର୍ବଳତା ଥିବା କଥା କୈଳାସ କୁଲେସିକା ଗଣମାଧ୍ୟମ ସମୁଖରେ କହିଥିବାରୁ କୈଳାସ କଂଗ୍ରେସରେ ଥାଇ ତାଙ୍କର ଅନ୍ୟ ଦଳ ପ୍ରତି ଦୁର୍ବଳତା ଥିବା କଥା କହିଥିବାରୁ ସେ କଂଗ୍ରେସରେ ନଥିଲେ ବୋଲି ଶ୍ରୀ ବାହିନୀ ପତି ଆ​କ୍ଷେ‌ପ କରିଛନ୍ତି ।  ତେବେ ଯାହା ହେଉନା କାହିଁକି ନେତା ମାନଙ୍କର କେତେ ଓ ସହଯୋଗୀ ମାନଙ୍କର କେତେ ବଳ ଆଉ ଅଳ୍ପ କିଛି ମାସ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଜଣା ପଡ଼ିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories