ଚେନ୍ନଇ: ଦୀର୍ଘ ଏକ ସପ୍ତାହ ଧରି ଚେନ୍ନଇର ଏକ ଷ୍ଟୋର ଉପରେ ଚଢଉ କରିବା ପରେ ଶେଷରେ ତାଙ୍କୁ ସଫଳତା ମିଳିଥିଲା। କୋଇମ୍ବାଟୁରଠାରେ ଲୋଟସ ଗ୍ରୁପର ସାରାଭାନା ଷ୍ଟୋର ନାମକ ଏକ ସପିଂ ମଲ ଉପରେ ଆୟକର ବିଭାଗ ପକ୍ଷରୁ ଚଢଉ କରାଯାଇ ଥିଲା। ଏହି ମଲରେ ବ୍ୟାପକ ପରିମାଣର କଳାଧନ ଠୁଳ ହୋଇଥିବା ଖବର ପାଇଁ ଆୟକର ପକ୍ଷରୁ ଚଢାଉ କରାଯାଇ ଥିଲା। ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ଧରି ଖୋଳତାଳ କରିବା ସତ୍ତେ୍ୱ ଆୟକର ଅଧିକାରୀଙ୍କୁ କୌଣସି କଳାଧନର ସୁରାକ ମିଳି ନଥିଲା। ଶେଷରେ ଷ୍ଟୋର ପରିସର ମଧ୍ୟରେ କବଳ ଖୋଳି ୪୩୩କୋଟି ଟଙ୍କାର କଳାଧନ ଉଦ୍ଧାର କରିଛନ୍ତି ଆୟକର ବିଭାଗ। ୨୫କୋଟି ଟଙ୍କାର ନଗଦ,୧୨କିଲୋ ସୁନା ଓ ୬୨୬କ୍ୟାରେଟର ହୀରା ଏହି କବର ମଧ୍ୟରୁ ଉଦ୍ଧାର କରାଯାଇ ଥିଲା। ଏହି ପରିମାଣର କଳାଧନ ଠାବ କରିବାକୁ ଉକ୍ତ ସପିଂ ମଲ ସମେତ ଆୟକର ବିଭାଗ ପକ୍ଷରୁ ୭୨ଟି ସ୍ଥାନ ଉପରେ ଏକକାଳୀନ ଚଢାଉ କରାଯାଇ ଥିଲା। ସପିଂ ମଲର ମାଲିକ ୟୋଗାରାଥିନାମ୍ ପଣ୍ଡୁରାଇ ଓ ତାଙ୍କ ସହଯୋଗୀ ରାମାଜୟାମ୍ ଲୋଟସ ଗ୍ରୁପ ନାମକ ସଂସ୍ଥା ଦ୍ୱାରା ସମଗ୍ର ଦେଶରେ ଏକାଧିକ ସପିଂ ମଲ ଖୋଲି ବ୍ୟବସାୟ କରୁଥିଲେ।
ଚେନ୍ନାଇରେ ଏକ ଗାଡ଼ିରେ ମୂଲ୍ୟବାନ ସାମଗ୍ରୀ ଓ ଦସ୍ତାବିଜ ନେଇ ସ୍ଥାନାନ୍ତର କରୁଥିବା ଖବର ଆୟକର ବିଭାଗକୁ ମିଳିଥିଲା। ଉକ୍ତ ଗାଡ଼ିଟି ଉକ୍ତ ଷ୍ଟୋର ମଧ୍ୟରେ ପ୍ରବେଶ କରିଥିବା ଖବର ପାଇଁ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇ ଥିଲା। ତେବେ କିଛି ପୁଲିସ ଅଧିକାରୀ ଆୟକରର ଏହି ଚଢାଉ ସମ୍ପର୍କରେ ଷ୍ଟୋର ମାଲିକଙ୍କୁ ଖବର ଦେଇ ଦେଇଥିଲେ। ପଣ୍ଡୁରାଇ ଓ ତାଙ୍କ ସହଯୋଗୀ ଏକ ଏସୟୁଭି ଗାଡ଼ିରେ ମୂଲ୍ୟବାନ ସାମଗ୍ରୀ ଓ ନଗଦ ଭର୍ତ୍ତିି କରି ଗାଡ଼ିକୁ ସହର ମଧ୍ୟରେ ଏଣେତେଣେ ବୁଲିବାକୁ ନିର୍ଦେଶ ଦେଇଥିଲେ। ଏପରିକି ଷ୍ଟୋରରୁ ଗାଡ଼ି ବାହାରିବା ଦୃଶ୍ୟକୁ ଷ୍ଟୋର କର୍ମଚାରୀ ଡିଲିଟ କରି ଦେଇଥିଲେ। ପଚରାଉଚରା ବେଳେ ଷ୍ଟୋରର କିଛି କର୍ମଚାରୀ ଏ ସମ୍ପର୍କରେ ଆୟକର ବିଭାଗୀୟ ଅଧିକାରୀଙ୍କୁ କହି ଦେବାରୁ ଉକ୍ତ ଗାଡ଼ିକୁ ଠାବ କରାଯାଇ ଥିଲା। ଗାଡ଼ି ମଧ୍ୟରୁ ନଗଦ ଓ କିଛି ମୂଲ୍ୟବାନ ସ୍ୱର୍ଣ୍ଣ ଅଳଙ୍କାର ଜବତ୍ କରିଥିଲେ ଆୟକର ବିଭାଗ। ଏହା ବ୍ୟତୀତ କିଛି ଦସ୍ତାବିଜକୁ ଖୋଳତାଳ କରି ସହରର ପ୍ରମୁଖ କୋଠାରେ ଅଧିକ ପରିମାଣର ମୂଲ୍ୟବାନ ସାମଗ୍ରୀ ଓ ନଗଦ କବର ଦେଇ ରଖାଯାଇ ଥିବା ସମ୍ପର୍କରେ ସୁରାକ ପାଇଥିଲେ ଆୟକର ବିଭାଗ। ଏହି ପ୍ରକ୍ରିୟାକୁ ସମ୍ପନ୍ନ କରିବାକୁ ଆୟକର ବିଭାଗକୁ ୯ଦିନ ସମୟ ଲାଗିଥିଲା।
ଆୟକର ଅଧିକାରୀ ଖୋଳିଲେ କବର;ମିଳିଲା ୪୩୩କୋଟିର କଳାଧନ
Popular Categories



