www.samajalive.in
Sunday, December 7, 2025
14.1 C
Bhubaneswar

ୟୁଏଇ କିମ୍ବା ଓମାନରେ ହୋଇପାରେ ଟ୍ବେଣ୍ଟି୨୦ ବିଶ୍ବକପ

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ବିଶ୍ବକପ ଆସନ୍ତା ଅକ୍ଟୋବର-ନଭେମ୍ବର​‌େ​‌ର ଭାରତରେ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭାରତରେ କରୋନା ମହାମାରୀ ଭୟଙ୍କର ସ୍ଥିତିରେ ରହିଥିବାରୁ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରିବା ଅସମ୍ଭବ ହୋଇପଡ଼ିଛି। ଏଥିପାଇଁ ଆଇସିସି ଭାରତ ବଦଳରେ ଅନ୍ୟତ୍ର ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ନେଇ ଯୋଜନା ଆରମ୍ଭ କରିଛି। ଅନ୍ୟପକ୍ଷରେ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ନେଇ ୟୁଏଇ ଓ ଓମାନ ଆଗରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ ହୋଇନପାରିଲେ ପ୍ରଥମ ପସନ୍ଦର ଭେନ୍ୟୁ ଭାବେ ୟୁଏଇ ରହିଛି। ୟୁଏଇର ସାରଜା, ଆବୁଧାବି ଓ ଦୁବାଇ ମଧ୍ୟରୁ କୌଣସି ଗୋଟିଏ ଭେନ୍ୟୁରେ ବି ମ୍ୟାଚ ଆୟୋଜନ ହୋଇପାରେ।

ଅନ୍ୟପକ୍ଷରେ ଟ୍ବେଣ୍ଟି୨୦ ବିଶ୍ବକପ ଆୟୋଜନ ନେଇ ଓମାନ ମଧ୍ୟ ଆଗ୍ରହ ପ୍ରକାଶ କରିଛି। ଓମାନ ୧୬ଟି ଦେଶକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଦକ୍ଷତା ରଖିଛି। ରାଜଧାନୀ ମାସ୍କଟରେ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ନେଇ ସମସ୍ତ ପ୍ରକାର ସୁବିଧାସୁଯୋଗ ରହିଛି ବୋଲି ଆଇସିସି ଆଶାବ୍ୟକ୍ତ କରିିଛି। ଅନ୍ୟପକ୍ଷରେ ୟୁଏଇରେ ଆଇପିଏଲର ଅବଶିଷ୍ଟ ୩୧ଟି ମ୍ୟାଚ ଖେଳାଯିବ। ଏହା ପରେ ଟ୍ବେଣ୍ଟି୨୦ ବିଶ୍ବକପ ଏକମାସ ଧରି ଚାଲିବା ଦ୍ବାରା ପିଚ୍ ଉପରେ ମଧ୍ୟ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଜୁନ୍ ୨୮ରେ ଆଇସିସିର ପରବର୍ତ୍ତୀ ବୈଠକରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।ଭାରତରେ ବର୍ତ୍ତମାନର କରୋନା ସ୍ଥିତିକୁ ଦେଖିଲେ ଅକ୍ଟୋବର-ନଭେମ୍ବରରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ଆଇସିସି ବୋର୍ଡ ସଦସ୍ୟ ଦେଶ ଗୁଡ଼ିକଙ୍କ ଅନୁମତି ଉପରେ ନିର୍ଭର କରୁଛି । ଭାରତ​‌ରେ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ଅନେକ ଦେଶ ସମର୍ଥନ କରୁନଥିବାରୁ ଟୁର୍ଣ୍ଣାମେଣ୍ଟ ଅନ୍ୟତ୍ର ସ୍ଥାନାନ୍ତର ହେବା ଯଥେଷ୍ଟ ସମ୍ଭାବନା ରହିଛି। ଗତ ଏପ୍ରିଲରୁ ଭାରତରେ କରୋନା ମହାମାରୀ ଭୟଙ୍କର ରୂପ ନେଇଛି।ଏବେ ଦୈନିକ ଏକ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ହେଉଛନ୍ତି। ଅକ୍ଟୋବର ବେଳକୁ ସ୍ଥିତି ସୁଧୁରିବା ନେଇ ଆଶା କମ୍‌ ରହିଥିବାରୁ ଆଇସିସି ଏହାକୁ ଗୁରୁତର ସହିତ ନେଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories