www.samajalive.in
Sunday, December 7, 2025
16.1 C
Bhubaneswar

ସରକାରୀ ଚାକିରିରେ ଥିବା ସମୟରେ ଆତଙ୍କିଙ୍କ ପାଇଁ ପାଣ୍ଠି ଯୋଗାଡ କରୁଥିଲେ ସୟଦ ସଲାହଉଦ୍ଦିନଙ୍କ ପୁଅ

ନୂଆଦିଲ୍ଲୀ: ହିଜବୁଲ ମୁଜାହିଦ୍ଦିନର ପ୍ରତିଷ୍ଠାତା ସୟଦ ସଲାହଉଦ୍ଦିନଙ୍କ ପୁଅ ସରକାରୀ ଚାକିରିରେ ଥିବା ସମୟରେ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡରେ ସକ୍ରିୟ ଭାବରେ ସଂପୃକ୍ତ ରହିଥିବା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡିକ ପକ୍ଷରୁ କୁହାଯାଇଛି। ସଲାହଉଦ୍ଦିଙ୍କ ଦୁଇ ପୁଅ ସୟଦ ଅହମଦ ଶକିଲ ଏବଂ ଶାହିଦ ୟୁସୁଫଙ୍କୁ ଜମ୍ମୁ କାଶ୍ମୀର ପ୍ରଶାସନ ନିକଟରେ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି।
ଗୁଇନ୍ଦା ସୂତ୍ର ଅନୁଯାୟୀ ଏହି ଦୁଇଜଣଙ୍କ ବିରୁଦ୍ଧରେ ରହିଥିବା ତଥ୍ୟ ପ୍ରମାଣକୁ ଜମ୍ମୁ କାଶ୍ମୀରର ପୂର୍ବ ସରକାର ଚପାଇ ଦେଇଥିଲେ। ଏହି ଦୁଇଜଣଙ୍କ ସହିତ ଅନ୍ୟ ୯ ଜଣଙ୍କୁ ବିଭିନ୍ନ ଆତଙ୍କି ସଂଗଠନ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ସରକାରୀ ଚାକିରିରୁ ବରଖାସ୍ତ କରାଯାଇଛି। ଏହି ସୂତ୍ର ଅନୁଯାୟୀ ସୟଦ ଅହମଦ ଶକିଲ ଏବଂ ଶାହିଦ ୟୁସୁଫ ଆତଙ୍କିଙ୍କୁ ପାଣ୍ଠି ଯୋଗାଣ କାର୍ଯ୍ୟରେ ସକ୍ରିୟ ଭାବରେ ସଂପୃକ୍ତ ରହିଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ରହିଥିଲା, କିନ୍ତୁ ଅନୁକମ୍ପାୀ ପ୍ରଦର୍ଶନକାରୀ ତତ୍କାଳୀନ ସରକାର ତଥ୍ୟକୁ ଲୁଚାଇବା ସହିତ ପ୍ରମାଣକୁ ନଷ୍ଟ କରିଦେଇଥିଲେ। ଏହି ଦୁଇଜଣଙ୍କର ବରଖାସ୍ତକୁ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀଙ୍କ ଅପରାଧୀ ଭାବରେ ଦର୍ଶାଯାଇ ସେମାନଙ୍କ ଉପରେ ଦାଉ ସୁଝାଯାଉଛି। ଜଣେ ବାପାଙ୍କର କାର୍ଯ୍ୟ ପାଇଁ ତାଙ୍କ ପିଲାଙ୍କୁ ଦାୟୀ କରାଯାଇପାରିବ ନାହିଁ। ତାହାଛଡା ତଥ୍ୟ ପ୍ରମାଣ ନଥାଇ ସେମାନଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ।
ଜଣାଯାଇଛି ଯେ ସଲାହଉଦ୍ଦିନଙ୍କୁ ଆମେରିକାର ବୈଦେଶିକ ବିଭାଗ ଜଣେ ବିଶ୍ୱସ୍ତରର ଆତଙ୍କବାଦୀ ଭାବରେ ଘୋଷଣା କରିସାରିଛି ଏବଂ ସେ ଭାରତରଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ସବୁଠାରୁ ଅଧିକ ଖୋଜାଯାଉଥିବା ବ୍ୟକ୍ତି ତାଲିକାରେ ରହିଛନ୍ତି। ରିପୋର୍ଟ ଅନୁଯାୟୀ ତାଙ୍କର ଦୁଇ ପୁଅଙ୍କୁ ଜମ୍ମୁ କାଶ୍ମୀର ପ୍ରଶାସନରେ ବେଆଇନ ଭାବରେ ନିଯୁକ୍ତି ଦିଆଯାଇଥିଲା ଏବଂ ସେମାନେ ଛଅରୁ ନଅଥର ପର୍ଯ୍ୟନ୍ତ ଆତଙ୍କିଙ୍କୁ ପାଣ୍ଠି ଯୋଗାଇଛନ୍ତି। ଶାହିଦ ୟୁସୁଫ ଏକ ପାସପୋର୍ଟ ବଳରେ ୧୯୯୯-୨୦୦୦ରେ ଦୁବାଇ ଗସ୍ତ କରିଥିଲେ, ଯେଉଁଥିରେ ତାଙ୍କ ବାପାଙ୍କ ନାମ ସୟଦ ମହମ୍ମଦ ୟୁସୁଫ ବଦଳରେ ୟୁସୁଫ ମୀର ବୋଲି ଉଲ୍ଲେଖ କରାଯାଇଥିଲା। ତାଙ୍କ ସହିତ ଜଣେ ହିଜବୁଲ ମୁଜାହିଦ୍ଦିନର ସଦସ୍ୟ ନାସିର ମୀର ମଧ୍ୟ ଯାଇଥିଲେ, ଯିଏ ଦୁବାଇରେ ରହୁଛନ୍ତି। ଏହି ଗସ୍ତ କାଳରେ ଶାହିଦ ତାଙ୍କ ବାପା ସଲାହଉଦ୍ଦିନଙ୍କ ସମେତ ବାରମୂଳାର ମୂଳ ବାସିନ୍ଦା ତଥା ସଂପ୍ରତି ସାଉଦି ଆରବ ଏବଂ ଲଣ୍ଡନରୁ ହାୱଲା କାରବାର ଚଳାଉଥିବା ନାଜିର ଅହମଦ କ୍ୟୁରେଶିଙ୍କୁ ସାକ୍ଷାତ କରିଥିଲେ। ନାଜିର ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇ ଦେଉଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories