www.samajalive.in
Monday, December 8, 2025
14.1 C
Bhubaneswar

ସର୍ଜରୀ ପରେ ଏପରି ହେଲା କି ବାହାରକୁ ବାହାରି ପାରୁ ନାହାନ୍ତି ସିନେ ଅଭିନେତ୍ରୀ

ବେଙ୍ଗାଲୁର-  ପ୍ରସିଦ୍ଧ ଅଭିନେତ୍ରୀ ସ୍ୱାତୀ ସତୀଶଙ୍କର ମୁହଁର ଆକାର ଏକେ ଅସ୍ତ୍ରୋପଚାରପରେ ବଦଳିଯାଇଛି । ଅଭିନେତ୍ରୀ ଏହାକୁ ପୋଷ୍ଟ କରି ନିଜ ଦୁଃଖକୁ ସାମାଜିକ ଗଣମାଧ୍ୟମମାନଙ୍କରେ ବଖାଣିଛନ୍ତି । ଏକ ବେସରକାରୀ କ୍ଲିନିକ୍‌ରେ ସ୍ୱାତୀ ନିଜ ଦାନ୍ତର ରୁଟ୍‌ କାନାଲ୍‌ ସର୍ଜରୀ ବା ଅସ୍ତ୍ରୋପଚାର କରିଥିଲେ । ମାତ୍ର ଭଲ ହେବା ବଦଳରେ ତାଙ୍କ ଡାହାଣପଟ ମୁହଁର ତଳ ଭାଗ ଫୁଲିଯାଇଥିଲା । କିଛି ଘଣ୍ଟା ମଧ୍ୟରେ ଏହା ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । ୨୦ ଦି ପରେ ବି ତାହା ଭଲ ହୋଇ ନାହିଁ । ଏଥିପାଇଁ ଅଭିନେତ୍ରୀ ଜଣଙ୍କ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ।

ଜଣେ ସିନେ ଅଭିନେତ୍ରୀଙ୍କ ପାଇଁ ଏହା ବହୁତ ଦୁଃଖ ଘଟଣା ବୋଲି କହିଛନ୍ତି । ସେ ଦେଖିବାକୁ ସୁନ୍ଦର ସହ ବେଶ୍‌ ଭଲ ଅଭିନୟ ପାଇଁ କନ୍ନଡ ତଥା ଦକ୍ଷିଣ ଭାରତରେ ଲୋକପ୍ରିୟତା ହାସଲ କରିଥିଲେ ।

- Advertisement -

ଅନେକ ଥର ବିଭିନ୍ନ ସିନେ କଳାକରଙ୍କର ଭୁଲ୍‌ ଅସ୍ତ୍ରୋପଚାର ପାଇଁ ଏପରି ହୋଇଥିବା ଦେଖିବା ପାଇଁ ମିଳୁଛି। ଏପରିକି ପ୍ଲାଷ୍ଟିକ୍‌ ସର୍ଜରୀ ବା କସମେଟିକ୍‌ ସର୍ଜରୀ ପାଇଁ କେତେଜଣ ଜୀବନ ହରାଇଲେଣି । କିଛି ଦିନତଳେ ଚେତନା ରାଜ୍‌ ନାମକ କନ୍ନଡ ଅଭନେତ୍ରୀଙ୍କର ଫ୍ୟାଟ ରିମୁଭାଲ୍‌ ସର୍ଜରୀ ପରେ ମୃତ୍ୟୁ ହୋଇଥିଲା ।

ସ୍ୱାତୀଙ୍କ ତାଙ୍କର ଏପରି ଅବସ୍ଥା ପରେ ସେହି କ୍ଲିନିକ୍‌ ଉପରେ ଭୁଲ୍‌ ଚିକିତ୍ସାର ଅଭିଯୋଗ କରିଛନ୍ତି । ଆନେସ୍ଥେସିଆ ବଦଳରେ ଡାକ୍ତର ତାଙ୍କୁ ସେଲିସିକସ୍‌ ଏସିଡ୍‌ ଦେଇଥିବା କଥା ସେ ଅଭିଯୋଗ କରିଛନ୍ତି । ଏବେ ସେ କ୍ଲିନିକ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଏଥିପାଇଁ ତାଙ୍କର ସିନେମା କ୍ୟାରିୟର ପ୍ରଭାବିତ ହୋଇଥିବା ସ୍ୱାତୀ ସୂଚନା ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories