www.samajalive.in
Friday, December 12, 2025
19.1 C
Bhubaneswar

ଯୁବପିଢିଙ୍କ ପାଇଁ ବିବେକାନନ୍ଦଙ୍କ ଅମୂଲ୍ୟ ବିଚାର, ଜୀବନରେ ସଞ୍ଚାର କରେ ନୂତନ ଦିଗ

ସାରାଦେଶ ଜାନୁଆରୀ ୧୨ରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୭ତମ ଜନ୍ମଜୟନ୍ତୀ ପାଳନ କରିବ। କେବଳ ଭାରତ କାହିଁକି, ସାରା ବିଶ୍ୱ ପାଇଁ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ତତ୍ତ୍ୱ ଆଜି ମଧ୍ୟ ପ୍ରେରଣାର ବାର୍ତ୍ତା ଦେଉଛି। ସେଭଳି ଜଣେ ମହାପୁରୁଷଙ୍କ ବିଚାର ଯୁଗ ଯୁଗ ପାଇଁ ପ୍ରତ୍ୟେକ ଭାରତୀୟ ନିଜର ଆଚରଣରେ ପରିପ୍ରକାଶ କରିବା ପାଇଁ ଚେଷ୍ଟିତ। ଯୁବପିଢୀଙ୍କ ପାଇଁ ପ୍ରେରଣାର ସ୍ରୋତ ସ୍ୱାମୀ ବିବେକାନନ୍ଦ ଦୁନିଆରେ ହିନ୍ଦୁତ୍ୱର ବିଚାର ଧାରାକୁ ରଖିଥିଲେ। ସନାତନ ପରମ୍ପରାକୁ ଆଗକୁ ବଢାଇଥିଲେ। ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ୧୮୯୩ରେ ଆମେରିକାର ଶିକାଗୋରେ ଅନୁଷ୍ଠିତ ବିଶ୍ୱ ଧର୍ମ ମହାସଭାରେ ଭାରତର ପ୍ରତିନିଧିତ୍ୱ କରି ଭାରତୀୟ ଦର୍ଶନ ଓ ବିଚାରକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ। ତାଙ୍କ ବିଚାରରେ ଏପରି କ୍ଷମତା ଥିଲା, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ କରିବାରେ ସକ୍ଷମ ଥିଲା।
ସ୍ୱାମୀ ବିବେକାନନ୍ଦ ନିଜର ପ୍ରତ୍ୟେକଟି ବିଚାରକୁ ବୁଦ୍ଧି ଓ ତର୍କ ଦ୍ୱାରା ପ୍ରମାଣିତ କରୁଥିଲେ। ସେ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ପ୍ରିୟ ଶିଷ୍ୟ ଥିଲେ ଏବଂ ପିଲାଟି ଦିନୁ ହିଁ ଜିଜ୍ଞାସୁ ଥିଲେ। ସ୍ୱାମୀ ରାମକୃଷ୍ଣ ପରମହଂସ ତାଙ୍କର ପ୍ରତ୍ୟେକ ପ୍ରଶ୍ନର ସମାଧାନ କରିବାରେ ଉଚିତ ଦିଗଦର୍ଶନ ଦେଉଥିଲେ। ଏକଦା ବିବେକାନନ୍ଦ, ରାମକୃଷ୍ଣ ପରମହଂସକୁ ପ୍ରଶ୍ନ କଲେ- ମୁଁ ତ ସର୍ବଦା କାର୍ଯ୍ୟ ବ୍ୟସ୍ତ, ମୁଁ କିପରି ସମୟ ପାଇବି ? ଉତ୍ତରରେ ପରମହଂସ କହିଥିଲେ କର୍ମର ବ୍ୟସ୍ତତା ଭିତରେ ସଭିଏଁ ଛନ୍ଦି ହୋଇଯାଆନ୍ତି, ମାତ୍ର ସେହି କର୍ମ ଗୁଡ଼ିକ ମଧ୍ୟରୁ ତୁମ ପାଇଁ କେଉଁଟି ମୂଲ୍ୟବାନ ଓ ତୁମ ଜୀବନରେ ତାହା କି ଉନ୍ନତି ଆଣିପାରିବ ତାହା ତୁମେ ହିଁ ଚୟନ କରିବା ଉଚିତ।
ଯେଉଁମାନେ ସାହାଯ୍ୟ କରନ୍ତି ତାଙ୍କୁ ସର୍ବଦା ସ୍ମରଣ ରଖନ୍ତୁ …..
ସ୍ୱାମୀ ବିବେକାନନ୍ଦ କହୁଥିଲେ ଯେ ପାଠ ପଢିବା ପାଇଁ ଏକାଗ୍ରତା ଆବଶ୍ୟକ। ଏକାଗ୍ରତା ପାଇଁ ଧ୍ୟାନ ନିତ୍ୟାନ୍ତ ଜରୁରୀ। ଧ୍ୟାନ ଦ୍ୱାରା ହିଁ ଆମେ ନିଜର ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ ରଖି ଏକାଗ୍ରତା ପ୍ରାପ୍ତି କରି ପାରିବା। ଏହାସହ ସେ କହୁଥିଲେ ଯେଉଁମାନେ ସାହାଯ୍ୟ କରନ୍ତି ତାଙ୍କୁ ନ ଭୁଲି ସର୍ବଦା ସ୍ମରଣ ରଖନ୍ତୁ। ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି, ତାଙ୍କୁ କେବେ ଘ୍ରୁଣା କରନ୍ତୁ ନାହିଁ। ଯେଉଁମାନେ ତୁମକୁ ବିଶ୍ୱାସ କରୁଛନ୍ତି, ତାଙ୍କସହ ବିଶ୍ୱାସଘାତକତା କରନ୍ତୁ ନାହିଁ। ବିବେକାନନ୍ଦଙ୍କ ବିଚାର ପ୍ରତ୍ୟେକଙ୍କ ଜୀବନରେ ଏକ ନୂତନ ଦିଗ ଆଣିବା ପାଇଁ ସହାୟକ ହୋଇଥାଏ।
ଉଠ, ଜାଗ୍ରତ ହୁଅ ଓ ନିଜ ଲକ୍ଷ୍ୟକୁ ପ୍ରାପ୍ତି କର –
ସ୍ୱାମୀ ବିବେକାନନ୍ଦ କହୁଥିଲେ ଯେ ଦିନ ମଧ୍ୟରେ ଥରେ ନିଶ୍ଚୟ ନିଜ ସହ କଥା ହୁଅନ୍ତୁ। ଏପରି ନକରିବା ଦ୍ୱାରା ଆପଣ ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି ଠାରୁ ହେବାକୁ ଥିବା ସାକ୍ଷାତ ହାତରୁ ଖସିବାକୁ ଦେଉଛନ୍ତି। ସର୍ବଦା ନିଜ ଚିନ୍ତାଧାରାରେ ଉତ୍ତମ ବିଚାର ଓ ଆଦର୍ଶକୁ ଭରପୂର କରି ଦିଅନ୍ତୁ। ଏହାପରେ ଆପଣ ଯେଉଁ କାର୍ଯ୍ୟ କରିବେ ତାହା ନିଶ୍ଚୟ ମହାନ ହେବ। ଯେଉଁ ପର୍ଯ୍ୟନ୍ତ ତୁମେ ନିଜ ଉପରେ ବିଶ୍ୱାସ ନକରିବ, ସେପର୍ଯ୍ୟନ୍ତ ତୁମର ଈଶ୍ୱରଙ୍କ ଉପରେ ଆଦୌ ଭରସା ହେବ ନାହିଁ। ଉଠ, ଜାଗ୍ରତ ହୁଅ ଓ ସେପର୍ଯ୍ୟନ୍ତ ଅଟକି ଯାଅ ନାହିଁ ଯେଉଁ ପର୍ଯ୍ୟନ୍ତ ତୁମେ ନିଜ ଲକ୍ଷ୍ୟ ହାସଲ କରି ନାହଁ।
ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories