www.samajalive.in
Wednesday, December 10, 2025
18.1 C
Bhubaneswar

ଆଜି ’ସ୍ୱଚ୍ଛତା ହିଁ ସେବା’ ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି (ଶନିବାର)  ସ୍ୱଚ୍ଛତା ହିଁ ସେବା ଅଭିଯାନର ଶୁଭାରମ୍ଭ କରିଛନ୍ତି ।

୧୫ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନର ଏକ ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ଭିଡିଓ କନଫେରେନସିଙ୍ଗ ଜରିଆରେ ଦେଶର ୧୮ଟି ସ୍ଥାନର ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ମତ ବିନିମୟ କରିଛନ୍ତି । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ, ଯବାନ, ଆଧ୍ୟାତ୍ମିକ ଗୁରୁ, ଦୁଗ୍ଧ ଏବଂ କୃଷି ସମବାୟ ସମିତିର ସଦସ୍ୟ, ଗଣମାଧ୍ୟମର ପ୍ରତିନିଧି, ସ୍ଥାନୀୟ ସରକାରୀ ପ୍ରତିନିଧି, ରେଳବାଇ କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ୱେଚ୍ଛାଗ୍ରହୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି।

- Advertisement -

ସ୍ୱଚ୍ଛତା ହିଁ ସେବା ଅଭିଯାନର ଉଦ୍ଦେଶ୍ୟ ସ୍ୱଚ୍ଛତା ପ୍ରତି ଅଧିକ ସାର୍ବଜନୀନ ଭାଗୀଦାରିତା ସୃଷ୍ଟି କରାଯାଇଛି ଯାହା ଅକ୍ଟୋବର ୨, ୨୦୧୮ରେ ସ୍ୱଚ୍ଛ ଭାରତ ମିଶନର ଚତୁର୍ଥ ବାର୍ଷିକୀ ପର୍ଯ୍ୟନ୍ତ ଜାରି ରହିବ ଏବଂ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀର ପ୍ରାରମ୍ଭିକ ସମାରୋହ ହେବ ।

ସ୍ୱଚ୍ଛ ଭାରତ ଅଭିଯାନ ବାପୁଙ୍କ ପ୍ରତି ଏକ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜରିଆରେ ପୂର୍ବରୁ କହିଥିଲେ ଏବଂ ଏହି ଅଭିଯାନର ଏକ ଅଂଶବିଶେଷ ଭାବେ ସାମିଲ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସୁଦୃଢ କରିବାର ପ୍ରଚେଷ୍ଟାକୁ ସଫଳ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories