ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଦିଗ୍ଧ ଅବସ୍ଥାରେ ଏକ ବ୍ୟାଗ ମିଳିଛି। ଗୁରୁବାର ରାତି ପ୍ରାୟ ୩ଟାରେ ଟର୍ମିନାଲ ୩ରେ ଉକ୍ତ ବ୍ୟାଗଟିକୁ ଦେଖିବାକୁ ମିଳିଥିଲା। ଏହା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା। ବ୍ୟାଗଟିରେ ଆରଡିଏକ୍ସ ଥିବା ଆଶଙ୍କାରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ପୁଲିସ ପହଞ୍ଚି ଯାତ୍ରୀମାନଙ୍କୁ ସେହି ସ୍ଥାନରୁ ଖାଲି କରିବା ସହିତ ବ୍ୟାଗଟିକୁ ଜବତ କରିଥିଲା। କିନ୍ତୁ ବ୍ୟାଗଟି କାହାର ଏବଂ ସେଥିରେ କ’ଣ ଥିଲା ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଏହି ଘଟଣା ପରେ ବିମାନବନ୍ଦରରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ବଢ଼ାଇ ଦିଆଯାଇଛି।
ଦିଲ୍ଲୀ ବିମାନବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ; ଆରଡିଏକ୍ସ ଥିବା ଆଶଙ୍କାରେ ଯାତ୍ରୀ ଭୟଭୀତ
Popular Categories



