www.samajalive.in
Sunday, December 7, 2025
16.1 C
Bhubaneswar

ଇଡି କାର୍ଯ୍ୟକଳାପକୁ ନେଇ ଚିନ୍ତାପ୍ରକଟ କଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ମାମଲା ରୁଜୁ କରିବାରେ ଧୁରନ୍ଧର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି), କିନ୍ତୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବିଫଳ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତ ସୁପ୍ରିମକୋର୍ଟ। ମାମଲାଗୁଡ଼ିକରେ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଉନ୍ନତି ଆଣିବାକୁ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ ପରାମର୍ଶ ଦେଇଛନ୍ତି। ଛତିଶଗଡ଼ର ଜଣେ ବ୍ୟବସାୟୀ ସୁନୀଲ କୁମାର ଅଗରଓ୍ବାଲଙ୍କ ବିରୋଧରେ ଆଗତ ଏକ ଆର୍ଥିକ ହେରଫେର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଇଡିକୁ ଏଭଳି କହିଛନ୍ତି।

ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠନ ଖଣ୍ଡପୀଠ ଇଡିର ପ୍ରଦର୍ଶନକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଜଷ୍ଟିସ ଭୂୟାଁ କହିଥିଲେ, ଇଡି ୫୦୦୦ ମାମଲା ପଞ୍ଜୀକୃତ କରିଛି। କିନ୍ତୁ ମାତ୍ର ୪୦ଟି ମାମଲାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇଛି।

- Advertisement -

ସେହିପରି ଜଷ୍ଟିସ ସୂର୍ଯ୍ୟ କାନ୍ତ ମାମଲାଗୁଡ଼ିକରେ ଗୁଣବତ୍ତା ସମ୍ପନ୍ନ ଆଇନଗତ କାର୍ଯ୍ୟାନୁଷ୍ଠାନ ଦିଗରେ ଇଡି ମନୋନିବେଶ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସେ ଇଡି ଉଦ୍ଦେଶ୍ୟରେ କହିଥିଲେ, ଏଭଳି ଜଘନ୍ୟ ଅଭିଯୋଗ ଦେଶର ଅର୍ଥନୀତିକୁ କ୍ଷତିଗ୍ରସ୍ତ କରୁଛି। କିନ୍ତୁ ତୁମେମାନେ ଅନ୍ୟ କିଛି ବ୍ୟକ୍ତିଙ୍କ ମନ୍ତବ୍ୟ ଆଧାରରେ ମାମଲା ରୁଜୁ କରିଦେଉଛ। ମାମଲାଗୁଡ଼ିକରେ ବିଜ୍ଞାନଗତ ପ୍ରମାଣ ରହିବା ଉଚିତ ବୋଲି ବିଚାରପତି କହିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories