ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଡେସ୍କ: ରାଜନୈତିକ ଉଦ୍ଦେଶ୍ୟ ରଖି ଆଜି ଆସାମ ପୁଲିସ ଦ୍ୱାରା ଗିରଫ ହୋଇଥିବା କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ପୱନ ଖେଡ଼ାଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଦିଲ୍ଲୀ ବିମାନ ବନ୍ଦରରେ ବିମାନରେ ବସି ସାରିଥିବା ବେଳେ ଜିନିଷପତ୍ର ଯାଞ୍ଚ ଆଳରେ ତାଙ୍କୁ ବାହାରକୁ ଡକାଯାଇ ଗିରଫ କରାଯାଇଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ନେଇ ଏତଲା ଦାୟର ପରେ ଏହି ଗିରଫଦାରୀ ହୋଇଥିଲା।

ଏହି ଘଟଣାରେ ଆସାମର ହାଫଲଙ୍ଗ ପୁଲିସ ଷ୍ଟେସନରେ ଏତଲା ଦାୟର ହୋଇଥିଲା ଏବଂ ଆସାମ ପୁଲିସର ଅନୁରୋଧ କ୍ରମେ ଦିଲ୍ଲୀ ପୁଲିସ ସହାୟତା କରଥିଲା। ରାୟପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କୁ ପୁଲିସ ଗିରଫ କରିଥିଲା। ତେବେ ପୱନଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ ସମ୍ପର୍କିତ ନିର୍ଦ୍ଦେଶ ଦେବା ସହ ସର୍ବୋଚ୍ଚ ନ୍ୟାୟାଳୟ ଆସାମ ଏବଂ ଉତ୍ତରପ୍ରଦେଶ ପୁଲିସକୁ ତାଙ୍କ ବିରୋଧରେ ଦାୟର ସମସ୍ତ ଏତଲାକୁ ମିଳିତ ଭାବେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.