ଅପରାଧିକ ଇତିହାସ ଥିବା ଅଭିଯୁକ୍ତକୁ ଜାମିନ ଦେବା ପୂର୍ବରୁ କୋର୍ଟଙ୍କୁ ଆଉଥରେ ବିଚାର କରିବା ଉଚିତ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ନିଶା ସାମଗ୍ରୀ ଜବତ ମାମଲା ଏବଂ ଅପରାଧିକ ଇତିହାସ ଥିବା ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ନେଇ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି । ସୋମବାର ଏକ ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି କି କୋର୍ଟଙ୍କୁ ଏଭଳି ମାମଲାରେ ଅଭିଯୁକ୍ତମାନଙ୍କୁ ନିୟମିତ ଜାମିନ ଦେବା ଉପରେ ବିଚାର କରିବା ଉଚିତ । ଯେଉଁମାନଙ୍କଠାରୁ ଅଧିକ ମାତ୍ରାରେ ନିଶା ସାମଗ୍ରୀ ଜବତ ହୋଇଥିବ ଏବଂ ଯଦି ଅଭିଯୁକ୍ତର ଅପରାଧିକ ଇତିହାସ ଥିବ ତେବେ ନିଶ୍ଚିତ ରୂପେ ଏନେଇ ଆଉଥରେ ବିଚାର କରିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି  ।

୨୩୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିବା ଜଣେ ଅଭିଯୁକ୍ତକୁ ଆଗୁଆ ଜାମିନ ଦେଇଥିଲେ ମାଡ୍ରାସ୍ ହାଇକୋର୍ଟ । ଏହାକୁ ଭୁଲ୍ ବୋଲି ଦର୍ଶାଇ ଜାମିନ ରଦ୍ଦ କରିବା ସମୟରେ ଏଭଳି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ବି ଆର୍ ଗଭଇ ଏବଂ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ପୀଠ କହିଛନ୍ତି କି ହାଇକୋର୍ଟ ଏହା ଉପରେ ବିଚାର କରିବାରେ ବିଫଳ ରହିଲେ କି ଅଭିଯୁକ୍ତର ଅପରାଧିକ ଇତିହାସ ରହିଛି ଏବଂ ପୂର୍ବରୁ ୨ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇସାରିଛି । ତେଣୁ ଏହି ମାମଲା ସହ ଏଭଳି ଆସୁଥିବା ଅନେକ ମାମଲାରେ ଜାମିନ ମିଳିବନି ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

Comments are closed.